ଏସୀୟ କ୍ରୀଡ଼ାରେ ଚଳିତଥର ସର୍ବାଧିକ ୧୦୭ ପଦକ ସହ ଗତ ୬୦ ବର୍ଷରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଖେଳାଳିଙ୍କ ଅଦମ୍ୟ ନିଷ୍ଠା, ନିରନ୍ତର ପ୍ରୟାସ ଏବଂ ପରିଶ୍ରମକୁ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି ।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:
‘ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଐତିହାସିକ ସଫଳତା!
ଆମ ଅବିଶ୍ୱସନୀୟ ଆଥଲେଟମାନେ ୧୦୭ ପଦକ ଆଣିଥିବାରୁ ସମଗ୍ର ଦେଶ ଉଲ୍ଲସିତ, ଯାହା କି ଗତ ୬୦ ବର୍ଷରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଆମ ଖେଳାଳିମାନଙ୍କ ଅଦମ୍ୟ ନିଷ୍ଠା, ନିରନ୍ତର ପ୍ରୟାସ ଏବଂ ପରିଶ୍ରମ ଦେଶକୁ ଗର୍ବିତ କରିଛି । ସେମାନଙ୍କ ବିଜୟ ଆମକୁ ଅବିସ୍ମରଣୀୟ ମୁହୂର୍ତ୍ତ ଦେଇଛି, ସମସ୍ତଙ୍କୁ ପ୍ରେରିତ କରିଛି ଏବଂ ଉତ୍କର୍ଷତା ପ୍ରତି ଆମର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛି ।’