ରାଜସ୍ଥାନ: କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସଚିନ ପାଇଲଟ୍ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, “ମୁଁ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛି । ନିକଟରେ ଯେଉ ମାନେ ମୋ ଯୋଗାଯୋଗ ଆସିଛନ୍ତି, ଦୟାକରି ନିଜ ନିଜର ପରୀକ୍ଷା କରି ନିଅନ୍ତୁ । ମୁଁ ଡାକ୍ତର ଙ୍କ ପରାମର୍ଶ ନେଉଛି। ଆଶା କରୁଛି ଶୀଘ୍ର ସୁସ୍ଥ ହେବି”।
ପ୍ରିୟଙ୍କା ଗାନ୍ଧୀ, ପାଇଲଟଙ୍କ ଆରୋଗ୍ୟ କାମନା କରି କହିଛନ୍ତି ଯେ, “ମୁଁ ଭାଗବାନ ଙ୍କ ପାଖରେ ପ୍ରାର୍ଥନା କରୁଛି, ସଚିନ ପାଇଲଟ ଖୁବ୍ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ “।

ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ,”ଆଶା କରୁଛି ଖୁବ୍ ଶୀଘ୍ର ଭଲ ହୋଇଯାଆନ୍ତୁ ସଚିନ ପାଇଲଟ ଜି”।
ପ୍ରକାଶ କି, ରାଜସ୍ଥାନରେ ଗୁରୁବାର କରୋନା ରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨୦୩୨ ରେ ପହଞ୍ଚିଛି । ରାଜ୍ୟରେ ୨୧୭୬ ନୂଆ ସଂକ୍ରମଣ ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୯୩୨୭ ରେ ପହଞ୍ଚିଛି ।