ଖାଲି ଆଖିରେ ଚନ୍ଦ୍ର ଗ୍ରହଣ ଦେଖିବାରେ କୌଣସି କ୍ଷତି ହୁଏନାହିଁ, ଜାଣନ୍ତୁ..

ଜ୍ୟୋତିର୍ବିଦଙ୍କ ମତରେ ସୂର୍ଯ୍ୟ ଓ ଚନ୍ଦ୍ର ମଝିରେ ପୃଥିବୀ ରହିଲେ, ଚନ୍ଦ୍ର ଗ୍ରହଣ ହୋଇଥାଏ । ଭାରତ ସମେତ ୟୁରୋପ, ଏସିୟା, ଅଷ୍ଟ୍ରେଲିଆ, ଆଫ୍ରିକା, ଉତର ଆମେରିକା, ଉତର-ପୂର୍ବ ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଂଟିକ, ଭାରତ ମହାସାଗର, ଆର୍କଟିକ ଓ ଆଂଟାର୍କଟିକାରେ ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିଛି ।

ଆଫଗାନିସ୍ତାନ, ଚୀନ, ଇରାନ, ତୁର୍କୀ, ଆଲଜିରିଆ, ବାଂଲାଦେଶ, ଜାପାନ, ମଙ୍ଗୋଲିୟା, ନାଇଜେରିଆ, ବ୍ରିଟେନ୍‌, ସ୍ପେନ୍‌, ସ୍ୱିଡେନ, ମାଲେସିୟା, ଫିଲିପାଇନ୍ସ, ଥାଇଲାଣ୍ଡ, ଅଷ୍ଟ୍ରେଲିୟା, ଜାପାନ, ଇଣ୍ଡୋନେସିଆ, କୋରିଆ ଓ ବ୍ରାଜିଲର ପୂର୍ବାଂଚଳରେ ଆଂଶିକ ଚନ୍ଦ୍ର ଗ୍ରହଣ ଦେଖାଯାଇଛି ।

ସୂର୍ଯ୍ୟ ପରାଗକୁ ଖାଲି ଆଖିରେ ଦେଖିବା ଅନୁଚିତ । ମାତ୍ର ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିବାରେ କୌଣସି କ୍ଷତି ହୁଏନାହିଁ । ଦୂରବୀକ୍ଷଣ ବିନା ଯେକୌଣସି ବ୍ୟକ୍ତି ଚନ୍ଦ୍ର ଗ୍ରହଣକୁ ଉପଭୋଗ କରିପାରିବେ ।