‘ଆମ ଭୋଟର ଜଣେ ଜଣେ ଛୋଟପିଲା’

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଫଳାଫଳକୁ ଅନୁଧ୍ୟାନ କରିବା ପରେ ରାଜ୍ୟର ଗଣଶିକ୍ଷା ବିଭାଗ ପକ୍ଷରୁ ଉପଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ଦୈନିକ ୧୦ରୁ ୧୪ ଘଂଟା ପଢ଼ିବାକୁ କୁହାଯାଇଛି । ୬-୭ ଘଂଟା ଶୋଇବାକୁ କୁହାଯାଇଛି । ରାତି ୧୦ଟାରୁ ଭୋର ୪ ଯାଏ ଶୋଇବାକୁ କୁହାଯାଇଛି । ଭୋର ୫ଟାରେ ଉଠିବା ପରେ ଯୋଗ ବ୍ୟାୟାମ କରିବାକୁ କୁହାଯାଇଛି । ପରୀକ୍ଷା ସମୟରେ ଅଧିକ ପରିମାଣର ତେଲଯୁକ୍ତ ଖାଦ୍ୟ ଖାଇବାକୁ ବାରଣ କରାଯାଇଛି । ଦିନକୁ ୮ ଥର ଉଷୁମ ପାଣି ପିଇବାକୁ କୁହାଯାଇଛି । ଶେଯକୁ ଯିବା ପୂର୍ବରୁ ଗରମ କ୍ଷୀର ବା ନଖ ଉଷୁମ ପାଣି ଲେମ୍ବୁପାଣି ପିଇବାକୁ କୁହାଯାଇଛି ।

ରାଜଗୁରୁ ଆଚାର୍ଯ୍ୟ ଧର୍ମରାଜ କହିଛନ୍ତି, ଆମ ଭୋଟର ଯେତିକି ଶିକ୍ଷିତ ହେଉଛନ୍ତି, ସେତିକି ଛୋଟପିଲା ପାଲଟି ଯାଉଛନ୍ତି । ଛୋଟପିଲାଟିଏ ଗୋଟିଏ ଚକୋଲେଟ୍‌ ବଦଳରେ ଜୀବନ ସହ ବାଜି ଲଗାଇ ଦେଇଥାଏ । ସେହିଭଳି ଆମ ଭୋଟରମାନେ ଟଙ୍କାକରେ କିଲେ ଚାଉଳ ପାଇବା ଲୋଭରେ ଆପଣା ପରିବାରକୁ ମରଣମୁହଁକୁ ଠେଲି ଦେଉଛନ୍ତି । ନିଜ ପିଲାଙ୍କ ଜୀବନକୁ ମାଟି କରି ଦେଉଛନ୍ତି ।

ସେହିପରି, କାଳିଆ ଟଙ୍କା ଲୋଭରେ ପାରମ୍ପରିକ ବ୍ୟବସାୟକୁ ଛାଡ଼ି ଦେଉଛନ୍ତି । ପାଠ ପଢ଼ିବା ପରେ ଅନ୍ୟର ଗୋଲାମିଗିରି କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଅଧାପାଠୁଆ ଭୋଟରଙ୍କ ତୁଳନାରେ ଶିକ୍ଷିତ ଭୋଟର ମତଦାନକୁ ଛୋଟ କାମ ବୋଲି ବିଚାର କରୁଛନ୍ତି ।