‘ପ୍ରତି ୫ ବର୍ଷରେ ସରକାର ବଦଳାଅ’

ପ୍ରତି ୫ ବର୍ଷରେ ସରକାର ବଦଳାଇବା ଜରୁରୀ ବୋଲି ରାଜଗୁରୁ ଆଚାର୍ଯ୍ୟ ଧର୍ମରାଜ ପରାମର୍ଶ ଦେଇଛନ୍ତି । ଲୋକଙ୍କ ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରିଥିବା ରାଜଗୁରୁ କହିଛନ୍ତି, ଗଣତନ୍ତ୍ର ଶାସନରେ ଭୋଟରଙ୍କୁ ଉପଯୁକ୍ତ ତାଲିମ ଦିଆଯିବା ଦରକାର । ଯୋଉ ଦେଶର ଭୋଟରମାନେ ସେମାନଙ୍କ ସାମ୍ବିଧାନିକ ଦାୟିତ୍ୱ ପ୍ରତି ଯେତିକି ସଚେତନ । ସେ ଦେଶର ଶାସନ ସେତିକି ଶୃଙ୍ଖଳିତ ।

ଭାରତରେ କୌଣସି ରାଜନୈତିକ ଦଳ ଭୋଟରଙ୍କୁ ସାମ୍ବିଧାନିକ ଦାୟିତ୍ୱ ସଂପର୍କରେ ଶିକ୍ଷା ଦେଉନାହାନ୍ତି । ଭୋଟରଙ୍କ ଅଭାବ ଅସୁବିଧାକୁ ଅସ୍ତ୍ର କରି ନିର୍ବାଚନ ଜିତିବାକୁ ନାନା ଉପାୟ ଅବଲମ୍ବନ କରୁଛନ୍ତି ।

ଆଜି ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଉପଦେଶକୁ ପଢ଼ିବା ପରେ ରାଜଗୁରୁ ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ବୁଲିବୁଲି ଭୋଟରଙ୍କୁ ଗଣତନ୍ତ୍ର ଶାସନ ସଂପର୍କରେ ପାଠ ପଢ଼ାଇବାକୁ ନିଷ୍ପତି ନେଇଛନ୍ତି । ଦୀପାବଳି ଅମାବାସ୍ୟା ପରଦିନଠାରୁ ରାଜଗୁରୁ ଭୁବନେଶ୍ୱର ଲୋକସଭା ଆସନର ବିଭିନ୍ନ ଅଂଚଳ ବୁଲି ଲୋକଙ୍କୁ ସାମ୍ବିଧାନିକ ଦାୟିତ୍ୱ ପ୍ରତି ସଚେତନ କରିବେ ।