ତାଜା ଖବର: ୧-ନଭେମ୍ବର-୨୦୨୩, ବୁଧବାର

୧- ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ  ଶପଥ ନେଇଛନ୍ତି ରଘୁବର ଦାସ । ରାଜଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ।

୨- ଭୁବନେଶ୍ଵର ରିଜର୍ଭ ବ୍ୟାଙ୍କ ସାମ୍ନାରେ ୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଲାଗିଥିଲା ଲମ୍ବା ଲାଇନ୍ । ମଜୁରୀ ନେଇ ନୋଟ୍ ବଦଳାଇବାକୁ ଧାଡ଼ିରେ ଠିଆ ହୋଇଥିଲେ ଅନେକ ଶ୍ରମିକ । ୧୦ଖଣ୍ଡ ୨ହଜାର ଟଙ୍କିଆ ବଦଳାଇ ଆଣିଲେ ମିଳୁଥିଲା ୩ଶହ ଟଙ୍କା ମଜୁରୀ।

୩- ମାହାଙ୍ଗା ଡବଲ ମର୍ଡର ମାମଲା: ହାଇକୋର୍ଟ ଗଲେ ପ୍ରତାପ ଜେନା, ତଳକୋର୍ଟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କଲେ ବିଧାୟକ।

୪- ଲଗାତାର ୪ ପରାଜୟ ପରେ ଜିତିଲା ପାକିସ୍ତାନ, ବାଂଲାଦେଶକୁ ହରାଇ ସେମି ଆଶା ଉଜ୍ଜିବୀତ।

୫- ଦ୍ୱିତୀୟ ତ୍ରୈମାସ GDP ଡାଟାରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହେବେ : RBI ଗଭର୍ଣ୍ଣର।

୬- ଆହୁରି ମଜଭୂତ ହେବ ଭାରତ-ବାଂଲା ସମ୍ପର୍କ: ମୋଦୀ-ହସିନାଙ୍କ ମିଳିତ ପ୍ରୟାସରେ ଆରମ୍ଭ ହେବ ବହୁପ୍ରତୀକ୍ଷିତ ପ୍ରକଳ୍ପ।

୭- ସପ୍ତମ ଦିନରେ ଆମ ଓଡିଶା ନବୀନ ଓଡିଶା, ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।

୮- ବାୟୁ ପ୍ରଦୁଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ ପ୍ରକାଶ । ୫ରାଜ୍ୟକୁ ବାୟୁ ପ୍ରଦୁଷଣ ମୁକାବିଲା ଉପାୟ ମାଗିଲେ କୋଟ।

୯- ଆତଙ୍କବାଦ ପରି ବ୍ୟବହାର, ଆଲ୍ଲାହୁ ଅକବର ନାରା; ହିଜାବ ପିନ୍ଧିଥିବା ମହିଳାଙ୍କୁ ଗୁଳି କଲା ଫ୍ରାନ୍ସ ପୋଲିସ ।

୧୦- ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ହେଲା ଉତ୍ତରାଖଣ୍ଡର ବିଶ୍ୱ ପ୍ରଶିଦ୍ଧ ଫୁଲ ଉପତ୍ୟାକା, ଏ ବର୍ଷ ଦେଖିଛନ୍ତି ୧୩ ହଜାରରୁ ଅଧିକ ଦର୍ଶକ।

୧୧- ମାତ୍ର ୮ ବର୍ଷର କୁନି ପୁଅକୁ ବାଘ ଟାଣି ନେଇଯିବା ପରେ ନୂଆପଡ଼ା କଟିଙ୍ଗପାଣି ଅଂଚଳରେ ଖେଳିଯାଇଛି କୋକୁଆ ଭୟ । ସ୍ଥିତି ଏମିତି ହୋଇଛି ଯେ, ଲୋକେ ଘରୁ ବାହାରିବାକୁ ଡରୁଛନ୍ତି।

୧୨- ମନୋଜ ମିଶ୍ରଙ୍କ ସମର୍ଥନରେ ପୁଣି ବାହାରିଲେ ନେତା: ବିଧାୟକ ମୁକେଶ ମହାଲିଙ୍ଗ କହିଲେ, କଳାକାରର ଭାଷା ପରିଧି କି ସହର ନିଥାଏ।

୧୩- ନବରାତ୍ରି ଓ ଦଶହରାରେ ଓଲା ସ୍କୁଟର ବିକ୍ରି ରେକର୍ଡ କରିଛି । ଓଲା ଇଲେକ୍ଟ୍ରିକ୍ ମଙ୍ଗଳବାର ଘୋଷଣା କରିଛି ଯେ ୨୦୨୩ ଅକ୍ଟୋବରରେ ସାରା ଦେଶରେ ୨୪,୦୦୦ ୟୁନିଟ୍ ଇଲେକ୍ଟ୍ରିକ୍ ସ୍କୁଟର ବିକ୍ରି କରିଛି । କମ୍ପାନି ଦାବି କରିଛି ଯେ ଚଳିତ ବର୍ଷ ଅକ୍ଟୋବରରେ ବିକ୍ରି ପୂର୍ବ ବର୍ଷ ତୁଳାରେ ଅଢେଇ ଗୁଣା ଅଧିକ ରହିଛି।

୧୪- କ୍ୟାବିନେଟ୍‌ ବୈଠକ ପରେ କଙ୍ଗନାଙ୍କ ‘ତେଜସ୍‌’ ଦେଖିଲେ ଯୋଗୀ ଆଦିତ୍ୟନାଥ।

୧୫- ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ଜାମିନ: ୫୨ ଦିନ ପରେ ଜେଲ ବାହାରକୁ ଆସିଲେ, କହିଲେ ମୁଁ ଏହି ସ୍ନେହକୁ କେବେବି ଭୁଲିବି ନାହିଁ।

୧୬- ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର.. ବ୍ରିଜେଶ କୁମାର ରାୟ ହେଲେ ଅତିରିକ୍ତ ପୁଲିସ କମିଶନର.. ଅରୁଣ କୁମାର ରାୟ ସରକାରୀ ପ୍ରେସ୍‌ ନିର୍ଦ୍ଦେଶକ।

୧୭- ପ୍ରଥମ ଦଳ ଭାବେ ବିଶ୍ଵକପ୍‌ରୁ ବାଦ୍ ପଡ଼ିଲା ବାଂଲାଦେଶ, ପରାଜୟରେ ଲଗାଇଲା ‘ଛକା’।

୧୮- ଓ୍ୱାଙ୍ଖଡେ ଷ୍ଟାଡିୟମରେ ଦର୍ଶକ ଦେଖିବେ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି,ଆଜି ବୁଧବାର ଅନାବରଣ କରିବେ ମୁଖ୍ୟମନ୍ତ୍ରୀ।

୧୯- ଶରଣାର୍ଥୀ ଶିବିର ଉପରେ ବୋମା ମାଡ଼, ୫୦ ମୃତ; ହଜାର ହଜାର ପିଲାଙ୍କ କବ୍ରିସ୍ତାନ ପାଲଟିଲାଣି ଗାଜା।