ଇସ୍ରାଏଲ-ହମାସ୍‌ ଲଢେ଼ଇ ଆଂଚଳିକତା ଯୁଦ୍ଧ ଆଡକୁ ନଯାଉ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ୍‌ ଲଢେ଼ଇ ଦିନକୁ ଦିନ ଘନେଇଲାଣି । ଗୋଟିଏ ଦେଶ ଓ ଗୋଟିଏ ଆତଙ୍କୀ ସଂଗଠନ ଭିତରେ ଚାଲିଥିବା ଲଢେ଼ଇ ଆଗାମୀ ଦିନରେ ଦେଶ-ଦେଶ ଭିତରେ ଯୁଦ୍ଧ ସୃଷ୍ଟି ନକରୁ । ଆଂଚଳିକତା ଯୁଦ୍ଧ ଆଡକୁ ଗତି ନକରୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶଙ୍କା ପ୍ରକାଶ କରିଛନ୍ତି ।

ବୁଧବାର ଜି-୨୦ ଦେଶଗୁଡ଼ିକ ମଧ୍ୟରେ ଅନୁଷ୍ଠିତ ଭର୍ଚୁଆଲ ଆଲୋଚନାରେ ଯୋଗଦାନ କରି ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ଏସିଆର ଯୁଦ୍ଧ ବାତାବରଣ ପ୍ରତି ଉଦ୍‌ବେଗ ପ୍ରକାଶ କରିଛନ୍ତି ।
ଇସ୍ରାଏଲ କ୍ୟାବିନେଟ୍‌ ଯୁଦ୍ଧ ବିରତି ପ୍ରସ୍ତାବ ଅନୁମୋଦନ କରିବା ପରେ ପରେ ହମାସ୍‌ ସଂଗଠନ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ରାଜି ହୋଇଛି । ଯୁଦ୍ଧ ବିରତି ପାଇଁ ଇସ୍ରାଏଲ ରାଜି ହୋଇଥିଲେ ମଧ୍ୟ ଆତଙ୍କବାଦକୁ କଦାପି ସହ୍ୟ କରାଯିବନି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ।