ନୂଆଦିଲ୍ଲୀ: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଯାହା କହନ୍ତି ତାହା କରି ଦେଖାଇ ଦିଅନ୍ତି । ତାହା ତାଙ୍କର ପ୍ରେମ କାହାଣୀରୁ ଜଣାପଡ଼ିଥିଲା । ଏବେ ଶାସନକ୍ଷେତ୍ରରେ ପ୍ରମାଣ କରିଛନ୍ତି ।
ଜୀବନରେ କେବେ ହାର ମାନିନାହାନ୍ତି ରେବନ୍ତ । ଛାତ୍ର ଜୀବନରୁ ରେବନ୍ତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଅଖିଳ ଭାରତୀୟ ଛାତ୍ର ସଂଘ ସହିତ ଜଡ଼ିତ ଥିଲେ । କଲେଜରେ ପଢୁଥିବା ସମୟରେ ପତ୍ନୀ ଗୀତାଙ୍କ ସହିତ ଭେଟ ହୋଇଥିଲା । ପହିଲି ନଜରରୁ ରେବନ୍ତ ପ୍ରେମରେ ପଡ଼ି ଯାଇଥିଲେ । ଦୁହିଁଙ୍କ ମଧ୍ୟରେ ଘନିଷ୍ଠ ସଂପର୍କ ଗଢ଼ିଉଠିଲା । ପ୍ରେମକୁ ପାଇବା ପାଇଁ ରେବନ୍ତଙ୍କୁ ବହୁତ କିଛି ପରିଶ୍ରମ କରିବାକୁ ପଡ଼ିଥିଲା । ଏବେ କ୍ଷମତାକୁ ହାସଲ କରିବା ପାଇଁ ରେବନ୍ତ ତେଲଙ୍ଗାନା ଜନତାଙ୍କ ହୃଦୟକୁ ଜିଣି ପାରିଛନ୍ତି ।
ଆରଏସଏସ୍ ସଭ୍ୟ ରେବନ୍ତ କଂଗ୍ରେସ ଶିବିରକୁ କେମିତି ଗଲେ? ତା’ ସଂପର୍କରେ ଜାଣିବା ଉଚିତ । ପ୍ରେମିକାକୁ ପତ୍ନୀ ରୂପେ ପାଇବା ପାଇଁ ରେବନ୍ତ କଂଗ୍ରେସର ବରିଷ୍ଠ ନେତା ସ୍ୱଗତଃ ଜୟପାଲ ରେଡ୍ଡିଙ୍କ ସହାୟତା ନେଇଥିଲେ । ଗୀତାଙ୍କ ପରିବାର ରେବନ୍ତଙ୍କୁ ଜାମାତା ରୂପେ ଗ୍ରହଣ କରିବାକୁ ରାଜି ନଥିଲେ । ମାତ୍ର ଜୟପାଲ ରେଡ୍ଡିଙ୍କ ପରାମର୍ଶକୁ କାଟି ପାରି ନଥିଲେ । ବାସ୍ ଏତିକିରୁ ସବୁ ଜାଣିନିଅନ୍ତୁ ।