ପାସପୋର୍ଟ ଆଣିବାକୁ ଥାନାକୁ ଯାଇ ଗୁଳି ଖାଇଲେ ମହିଳା

ଲକ୍ଷେ୍ନ ୟୁପିର ଆଲିଗଡ଼ସ୍ଥିତ ଗୋଟିଏ ଥାନାରେ ଜଣେ ମହିଳାଙ୍କୁ ଥାନାରେ ଗୁଳିମାଡ଼ କରିଛନ୍ତି ଜଣେ ପୁଲିସ ଅଧିକାରୀ । ମୁଣ୍ଡରେ ଗୁଳିଚୋଟ ବାଜିବା ପରେ ମହିଳାଜଣକ ଧଡ଼ାସ କରି ଚଟାଣରେ ପଡ଼ିଗଲେ । ଗୁଳି ଶବ୍ଦ ଶୁଣିବା ମାତ୍ରେ ଥାନାରେ ହାହାକାର ପଡ଼ିଗଲା ।

ସଂପୂର୍ଣ୍ଣ ଘଟଣାବଳୀ ସିସିଟିଭିରେ କଏଦ ହୋଇସାରିଛି ।
ଗୁରୁତର ମହିଳା ଜଣକ ଆନନ-ଫାନନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।     ଥାନାର ବରିଷ୍ଠ ଅଧିକାରୀ ଗୁଳି ଚଳାଇଥିବା ଅମାନିଆ ପୁଲିସ କର୍ମଚାରୀକୁ ସରକାରୀ ପଦବୀରୁ          ବହିଷ୍କାର କରିଛନ୍ତି ।

ସୂଚନା ମୁତାବକ, ପାସପୋର୍ଟ ଯାଂଚ କରିବା ପାଇଁ ମହିଳାଜଣକ ଥାନାକୁ ଯାଇଥିଲେ । ଟେବୁଲ ସାମ୍ନାରେ ଠିଆ ହୋଇଥିବା ସମୟରେ ଅସାବଧାନତା କାରଣରୁ ପୁଲିସ ଅଧିକାରୀଙ୍କ ହାତଟି ବାଜିବା ମାତ୍ରେ ପିସ୍ତଲରୁ ଗୁଳିଟି ବାହାରି ଯାଇ ସିଧା ମହିଳାଙ୍କ ମୁଣ୍ଡରେ ବାଜିଥିଲା ।