ନୂଆଦିଲ୍ଲୀ: ଡିସେମ୍ବର ୨୮ ତାରିଖରେ ଲୋକପ୍ରିୟ ଚଳଚ୍ଚିତ୍ର ତାରକା ଓ ରାଜନେତା ବିଜୟକାନ୍ତଙ୍କ ଅନ୍ତିମ ଦର୍ଶନ କରିବାକୁ ଯାଇ ତାମିଲ ସୁପରଷ୍ଟାର ଥଲପତି ବିଜୟଙ୍କୁ ଚପଲ ମାଡ଼ ଖାଇବାକୁ ପଡ଼ିଛି । ବିଜୟ ଚିନ୍ତାମଗ୍ନ ହୋଇ ବିଜୟକାନ୍ତଙ୍କ ମୃତଦେହ ନିକଟକୁ ଯାଇଥିଲେ । ବିଜୟକାନ୍ତଙ୍କ ଚରଣରେ ଫୁଲତୋଡ଼ା ରଖି ଅନ୍ତିମ ପ୍ରଣାମ କରି ଫେରୁଥିଲା ବେଳେ ପ୍ରଶଂସକମାନେ ତାଙ୍କୁ ଘେରି ଯାଇଥିଲେ ।
ପୁଲିସ ଓ ସୁରକ୍ଷାକର୍ମୀମାନେ ତାଙ୍କୁ ସୁରକ୍ଷାର ସହିତ ଗାଡ଼ି ନିକଟକୁ ନେଉଥିଲା ବେଳେ ହଠାତ୍ ଗୋଟିଏ ଚପଲ କୁଆଡୁ ଆସି ବିଜୟଙ୍କ କାନ୍ଧରେ ବାଜିଥିଲା ।
ଚପଲ ମାଡ଼ ଖାଇ ବିଜୟ ଫେରି ଯାଇଥିଲେ । ଏହି ଘଟଣାଟି ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା । କେଉଁ କାରଣରୁ ବିଜୟଙ୍କୁ ଚପଲ ମାଡ଼ କରାଗଲା, ତାହା କେହି ଜାଣିବାକୁ ପାଇଲେନି ।