ନବୀନ ଓଡ଼ିଶା’ରେ ବିଜୁଙ୍କ ନାଁ ହଟାଇବା ଚକ୍ରାନ୍ତ

ଭୁବନେଶ୍ୱର: ‘ନବୀନ ଓଡ଼ିଶା’ରେ ବିଜୁ କା କ୍ୟା କାମ୍‌ ହେ? ଏମିତି ଏକ ପରିବେଶ ତିଆରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ୨୫ ବର୍ଷ ଧରି ବାପାଙ୍କ କାନ୍ଧ ଉପରେ ବସି ଶାସନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ନିଜ ନାମର ଦମ୍‌ ଜାଣିବାକୁ ଚାହିଁଛନ୍ତି ।

ସାଧାରଣ ନିର୍ବାଚନକୁ ଆଉ ୮୯ ଦିନ ବାକି । କ୍ଷମତାସୀନ ବିଜେଡି ସରକାର ‘ନବୀନ କାର୍ଡ’ ଶୁଭାରମ୍ଭ କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଫାଇଦା ପାଉ ନଥିବା ଲୋକମାନଙ୍କୁ ‘ନବୀନ କାର୍ଡ’ ଯୋଗାଇ ଦିଆଯିବ । ସରକାରୀ ଚାକିରିଆ ଓ ଆୟକର ଦାତାଙ୍କୁ ଛାଡ଼ିଦେଲେ, ଅନ୍ୟ ସବୁ ପରିବାର ‘ନବୀନ କାର୍ଡ’ ପାଇବାକୁ ହକଦାର ରହିବେ । ତା’ ସହିତ ବିଏସକେୱାଇ କାର୍ଡ ମଧ୍ୟ ‘ନବୀନ କାର୍ଡ’ ପରିଚୟ ବହନ କରିବ ।

ରାଜ୍ୟର ୯୦ ଭାଗ ଲୋକ ‘ନବୀନ କାର୍ଡ’ ପାଇବେ । ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇ ବିଜେଡି ୨୦୨୪ ନିର୍ବାଚନରେ ବଳ କଷିବ ବୋଲି ଦଳର ଛାମୁଆ ନେତାଙ୍କ ମହଲରୁ ଶୁଣିବାକୁ ମିଳୁଛି ।

ଏୟା ତ ସୃଷ୍ଟିର ନିୟମ । ବାପାଙ୍କ ହାତ ଧରି ବାଟ ଚାଲୁଥିବା ପୁଅ ଚଲା ଶିଖିଯିବା ପରେ ବାପାଙ୍କୁ କିପରି ଅଲୋଡ଼ା କରି ଦେଇପାରେ; ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ପ୍ରତ୍ୟେକ ଯୁବକ ଯୁବତୀ ଶିଖିବା ଉଚିତ ।