ମମତା ବାନାର୍ଜୀଙ୍କ କାରକୁ ପିଟିଲା କାର

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମାଥା ଘୁମିଯାଇଛି । କଥା କ’ଣ ବୁଝିଲା ବେଳକୁ ଦିଦି ବର୍ଦ୍ଦମାନ ଜିଲ୍ଲାରେ ଅନୁଷ୍ଠିତ ଏକ ବୈଠକରେ ଯୋଗଦାନ କରି କୋଲକାତାକୁ ଫେରୁଥିବା ସମୟରେ ଜାତୀୟ ରାଜପଥ ଉପରେ ତାଙ୍କ କାର୍‌ ପଟୁଆର ଭିତରକୁ ପଶି ଆସିଥିଲା ଆଉ ଗୋଟିଏ କାର ।

ଘନ କୁହୁଡ଼ି ଓ ପ୍ରତିକୂଳ ପାଗ କାରଣରୁ କାର ଚାଳକ ଜଣକ ରାସ୍ତାକୁ ଭଲ ଭାବେ ଦେଖି ପାରି ନଥିଲେ । ଦିଦିଙ୍କ କାର ଚାଳକ ହଠାତ୍‌ ବ୍ରେକ୍‌ କଷିଦେବାରୁ ଦିଦି ଆଗକୁ ଝୁଙ୍କିପଡ଼ିଲେ; ମୁଣ୍ଡଟି ସାମ୍ନାରେ ପିଟି ହୋଇଗଲା । ଦିଦିଙ୍କ ମୁଣ୍ଡଟି କେତେ ଖରାପ ହୋଇଛି; ତା’ର କୌଣସି ଜବାବ ମିଳିପାରିନି ।