ନୂଆଦିଲ୍ଲୀ: ପଞ୍ଜାବରେ କ୍ଷମତାସୀନ ଆମ୍ ଆଦ୍ମୀ ପାର୍ଟି ସହିତ କଂଗ୍ରେସ ବୁଝାମଣା ଫେଲ ମାରିଛି । ଉଭୟ ଦଳ ଆପଣା ଆପଣା ଦମ୍ରେ ୧୩ଟି ଯାକ ଲୋକସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତି ନେଇଛନ୍ତି । ସେହିପରି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସହିତ ଜାତୀୟ କଂଗ୍ରେସର ଆସନ ବୁଝାମଣା ହୋଇପାରିଲାନି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଏକ୍ ଲା ଚଲୋ’କୁ ସବୁଜ ସଂକେତ ଦେଇଛନ୍ତି ।
ବିଜେପି ମେଂଟ ଭଳି ଇଣ୍ଡିଆ ମେଂଟରେ କଂଗ୍ରେସ ବଡ଼ଭାଇ ମାନ୍ୟତା ପାଇଛି ସିନା; ମାତ୍ର ତାକୁ କେହି ଗୁରୁତ୍ୱ ଦେଉନାହାନ୍ତି ।