ଅଷ୍ଟ୍ରେଲିଆନ ଓପନ୍‌ ୨୦୨୪: ମଇଦାନରେ ୪୩ ବର୍ଷୀୟ ଭାରତୀୟ ରୋହନ ବୋପାନ୍ନା

ସିଡ୍‌ନୀ: ଅଷ୍ଟ୍ରେଲିଆରେ ଚାଲିଛି ଅଷ୍ଟ୍ରେଲିଆନ ଓପନ୍‌ ଟେନିସ ୨୦୨୪ ଧମାକା । ଉକ୍ତ ଧମାକାରେ ଯୋଡ଼ିଦାର ଫାଇଟ୍‌ କ୍ୟାଟେଗୋରୀରେ ଅଷ୍ଟ୍ରେଲିଆର ମାଥ୍ୟୁ ଇବଡେନଙ୍କ ଯୋଡ଼ିଦାର ଭାବେ ମଇଦାନକୁ ଓହ୍ଲାଇଛନ୍ତି ଭାରତର ବୟସ୍କ ଖେଳାଳି ରୋହନ ବୋପାନ୍ନା ।

ସୂଚନା ମୁତାବକ କ୍ୱାର୍ଟର ଫାଇନାଲରେ ମାଥ୍ୟୁ-ରୋହନ ଯୋଡ଼ି ପ୍ରତିପକ୍ଷ ଆର୍ଜେଂଟିନା ଯୋଡ଼ି ମାକ୍ସିମୋ ଗୋଞ୍ଜାଲେଜ ଓ ଆଣ୍ଡ୍ରେସ ମଲତେନିଙ୍କୁ ଯଥାକ୍ରମେ ୬-୪ ଓ ୭-୬ ସେଟ୍‌ରେ ପରାଜିତ କରିଛନ୍ତି ।୨୦୨୨ ଅକ୍ଟୋବରରେ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ମୁକାବିଲାରେ ୩୮ ବର୍ଷୀୟ ଭାରତୀୟ ରାଜୀବ ରାମ ଏଟିପି ର‍୍ୟାଙ୍କରେ ଉନ୍ନୀତ ହୋଇଥିଲେ; ମାତ୍ର ଅଷ୍ଟ୍ରେଲିଆନ ଓପନରେ ଉକ୍ତ ର‍୍ୟାଙ୍କକୁ ବଜାୟ ରଖି ପାରିଲେନି ।

ବୁଧବାର ମୁକାବିଲାରେ ରୋହନ-ମାଥ୍ୟୁ ଯୋଡ଼ି ଆର୍ଜେଂଟିନା ଯୋଡ଼ିଙ୍କୁ ହରାଇବା ପାଇଁ ୧ ଘଂଟା ୪୬ ମିନିଟ୍‌ ସମୟ ନେଇଥିଲେ ।ଆଗାମୀ ସେମି ଫାଇନାଲରେ ରୋହନ-ମାଥ୍ୟୁଙ୍କ ସହିତ ଲଢ଼ିବେ ଚେକ୍‌ ରିପବ୍ଲିକ୍‌-ଚାଇନା ଯୋଡ଼ି ଟମାସ ମାଚାକ୍‌ ଓ ଝିଝେନ୍‌ ଝାଂ । ସପ୍ତାହକ ତଳେ ଅନୁଷ୍ଠିତ ୟୁଏସ୍‌ ଓପନ୍‌ ଚାମ୍ପିୟନ୍ସରେ ଚେକ୍‌ ରିପବ୍ଲିକ-ଚାଇନା ଯୋଡ଼ିଙ୍କ ନିକଟରୁ ପରାଜିତ ହୋଇଥିଲେ ରାଜୀବ ରାମ ଓ ଜୋଏ ସାଲିସବେରୀ ଯୋଡ଼ି । ୨୦୨୩ ୟୁଏସ୍‌ ଓପନରେ ରୋହନ-ମାଥ୍ୟୁ ଯୋଡ଼ି ଫାଇନାଲ ପର୍ଯ୍ୟନ୍ତ ଯାଇପାରିଥିଲେ ।