କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ହାଇକୋର୍ଟରେ ସରକାରଙ୍କ ଜବାବ ଦାଖଲ

କଟକ: ହାଇକୋର୍ଟରେ ବିଚାରାଧୀନ କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଛନ୍ତି । ଜିଲ୍ଲାୱାରି ମେରିଟ୍‌ ତାଲିକା ପ୍ରକାଶ କରାଯାଇଛି ବୋଲି ସତ୍ୟପାଠରେ ସରକାର ଉଲ୍ଲେଖ କରିଛନ୍ତି ।

ମାମଲାର ଆଗାମୀ ଶୁଣାଣି ଜାନୁଆରୀ ୩୦ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ସୂଚନା ମୁତାବକ, ଡିସେମ୍ବର ୨୧ ଓ ୨୨ ତାରିଖରେ ଡକୁମେଂଟ ଯାଂଚ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ଯାହାକୁ ହାଇକୋର୍ଟଙ୍କ ଆଦେଶ ବଳରେ ସରକାରଙ୍କୁ କିଛିଦିନ ସ୍ଥଗିତ ରଖିଛନ୍ତି ।

ଜଣାଇ ଦିଆଯାଉଛି କି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ ହଜାର କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।