ବିଗ୍‌ ବସ୍‌: ‘ଆଜିକାଲି କାହାର ଭଲ କରିବନି’

ମୁମ୍ବାଇ: ଆଜିକାଲି କାହାର ଭଲ କାମ କରିବନି । କଲେ ଅପନିନ୍ଦାର ପାତ୍ର ହେବ । ଏମିତି କିଛି ଦେଖିବାକୁ ମିଳିଛି ରିଆଲିଟି ଶୋ’ ବିଗ୍‌ ବସ ୧୭’ରେ । ପ୍ରାୟ ୧୦୧ ଦିନ ଧରି ବେଶ ସ୍ୱଭାବ ସୁଲଭ ଢଙ୍ଗରେ ଲୋକଙ୍କୁ ଭରପୁର ମନୋରଞ୍ଜନ କରିବା ପରେ ବିଗ୍‌ ବସ୍‌ ଟପ୍‌ ୫ ଜଣଙ୍କୁ ପାଇଛି । ଅଙ୍କିତା ଲୋଖଣ୍ଡେ, ମନ୍ନାରା ଚୋପ୍ରା, ମୁନୱର ଫାରୁକି, ଅରୁଣ ଶ୍ରୀକାନ୍ତ ଓ ଅଭିଷେକ କୁମାରଙ୍କ ଭିତରୁ କିଏ ବିଜେତା ହେବ? ତାହା ଜାନୁଆରୀ ୨୮ ତାରିଖରେ ଜଣା ପଡ଼ିଯିବ ।

ଏବେ ମଧ୍ୟ ବିଗ୍‌ ବସରେ ଲଢ଼ାଇ ଜାରି ରହିଛି । ଅଙ୍କିତା ଓ ମନ୍ନାରାଙ୍କ ଲଢେ଼ଇ ସରିବାର ନାଁ ଧରୁନି । ଯୋଉଦିନ ଘରକୁ ମିଡିଆ ବାଲା ଆସିଥିଲେ ସେଦିନ ସୁନ୍ଦର ଦିଶିବା ପାଇଁ ଅଙ୍କିତା ମନ୍ନାରାଙ୍କ ନିକଟରୁ ପୋଷାକ ଉଧାର କରି ପିନ୍ଧିଥିଲେ । ସେ କଥାଟିକୁ ମନ୍ନାରାଙ୍କ ନିଜ ଭଉଣୀ ମିତାଲୀ ଗଣମାଧ୍ୟମକୁ ଜଣାଇ ଦେଇଥିଲେ ଯାହାକୁ କେନ୍ଦ୍ର କରି ଅଙ୍କିତା-ମନ୍ନାରା ଚୁଟି ଧରାଧରି ହୋଇଛନ୍ତି ।