ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୧୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୪୪୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର ୭୯୧ ଜଣ ସୁସ୍ଥ ହୋଇଛନ୍ତି। ।
ନୂଆ ୨୯ ହଜାର ୧୬୪ କରୋନା ଆକ୍ରାନ୍ତଙ୍କୁ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ଲକ୍ଷ ୭୪ ହଜାର ୨୯୦କୁ ବୃଦ୍ଧି ପାଇଛି । ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୦ ହଜାର ୫୧୯ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାସହ ଏବେ ସୁଦ୍ଧା ସକ୍ରିୟ ଅଛନ୍ତି ୪ ଲକ୍ଷ ୫୩ ହଜାର ୪୦୧ ଜଣ ଆକ୍ରାନ୍ତ। ସୁସ୍ଥ ହୋଇ ସାରିଲେଣି ୮୨ ଲକ୍ଷ ୯୦ ହଜାର ୩୭୧ ଜଣ।
ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଲକ୍ଷ ୪୪ ହଜାର ୩୮୨ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ଏବେ ସୁଦ୍ଧା ସମୁଦାୟ ୧୨ କୋଟି ୬୫ ଲକ୍ଷ ୪୨ ହଜାର ୯୦୭ କରୋନା ନମୁନା ପରୀକ୍ଷା ହୋଇ ସାରିଲାଣି।