ଜେଇଇ ପରୀକ୍ଷା ନୁହେଁ ଆତ୍ମହତ୍ୟାକୁ ସହଜ ମଣିଲେ ଛାତ୍ରୀ

କୋଟା: ଜେଇଇ ପରୀକ୍ଷା ବଦଳରେ ଜଣେ ଛାତ୍ରୀ ମରଣପଥକୁ ସହଜ ମନେକଲେ । ମୃତ୍ୟୁକୁ ଆଦରି ନେବା ପୂର୍ବରୁ ପିଲାଟି ମା’ବାପାଙ୍କ ଉଦ୍ଦେଶ୍ୟରେ ଚିଠିଟିଏ ଲେଖି ତା’ର ବିଫଳତାକୁ ଦାୟୀ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ପିଲାଙ୍କ ମାନସିକତାକୁ ଦୃଢ଼ କରିପାରୁନି । ମାନସିକ ସନ୍ତୁଳନ ହରାଇବାକୁ ପ୍ରଧାନମନ୍ତ୍ରୀ ମୋଦି ବାରମ୍ବାର ପରାମର୍ଶ ଦେଉଥିଲା ବେଳେ ଜଣକ ପରେ ଜଣେ ପିଲା ପରୀକ୍ଷା ଚିନ୍ତାରେ ମରଣକୁ ବରଣ କରୁଛନ୍ତି ।

ସୂଚନା ମୁତାବକ ରାଜସ୍ଥାନର କୋଟା ଅଂଚଳରେ ନିହାରିକା ସିଂ ନାମକ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ନିହାରିକା ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ । ଜାନୁଆରୀ ୩୦ ତାରିଖ ଦିନ ଜେଇଇ ମେନ୍‌ ପରୀକ୍ଷା ଦେବାର ଥିଲା । ବେକରେ ଦଉଡ଼ି ଲଗାଇ ତଳକୁ ଝୁଲି ପଡ଼ିଥିଲେ ନିହାରିକା ।