‘ଗୁପକର’ ମେଣ୍ଟ ତ୍ରିରଙ୍ଗାକୁ ଅସମ୍ମାନ କରୁଛି : ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ କଶ୍ମୀରର ଗୁପକର ମେଣ୍ଟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏହି ମେଣ୍ଟକୁ “ଅପବିତ୍ର ମେଣ୍ଟ” ବୋଲି କହିଛନ୍ତି। ଏହି ମେଣ୍ଟରେ ଥିବା ଦଳ ଜମ୍ମୁ କଶ୍ମୀରକୁ ଆତଙ୍କବାଦ ଏବଂ ଦୁର୍ନୀତି ଯୁଗକୁ ଫେରାଇ ନେବାକୁ ଚାହୁଁଛନ୍ତି।

ଜମ୍ମୁ କଶ୍ମୀର ଭାରତର ଆଭ୍ୟନ୍ତରୀଣ ଅଂଗ ହୋଇ ଆଗୁକ ରହିବ। ଏହାକୁ କେହି ଛଡ଼ାଇ ନେଇପାରିବେନି। ଦେଶର ଲୋକମାନେ ଏହି ମିଳିତ ମେଣ୍ଟକୁ କେବେ ବି ଗ୍ରହଣ କରିବେନି ବୋଲି ଶାହ କହିଛନ୍ତି। ଗୁପକର ମେଣ୍ଚ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଅନ୍ୟ ଦେଶର ମଧ୍ୟସ୍ଥା ଦାବି କରୁଛି ବୋଲି ସେ କହିଛନ୍ତି। ଏମିତିକି ଦେଶର ଜାତୀୟ ପତାକାକୁ ସେମାମେ ଅସମ୍ମାନ କରୁଛନ୍ତି। ଏଭଳି ମେଣ୍ଟକୁ କଂଗ୍ରେସ ସମର୍ଥନ କରୁଛି କି ବୋଲି ସୋନିଆ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଜବାବ ମାଗିଛନ୍ତି।

ଏହି ଗୁପକର ମେଣ୍ଟ ଧାରା 370କୁ ପୁଣିଥରେ ଲାଗୁ କରିବା ପାଇଁ ଦାବି କରୁଛନ୍ତି। ଏଭଳି ହେଲେ ଦଳିତ, ମହିଳା ଏବଂ ଆଦିବାସୀମାନଙ୍କ ଦିଆଯାଇଥିବା ଅଧିକାର ଛଡ଼ାଇ ନେବାକୁ ଚାହୁଁଛନ୍ତି। ଗତକାଲି ମଧ୍ୟ ବିଜେପି ମୁଖପାତ୍ର ସମ୍ୱିତ ପାତ୍ର ଏବଂ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ଗୁପକର ମେଣ୍ଟ ଉପରେ ବର୍ଷିଥିଲେ। ସମ୍ୱିତ ପାତ୍ର କହିଥିଲେ ଏହି ମେଣ୍ଟ ଦେଶର ସମ୍ୱିଧାନ ଦ୍ୱାରା ପାରିତକୁ ବିରୋଧ କରୁଛି। ଏଥିସହ ଜମ୍ମୁ କଶ୍ମୀରକୁ ନେଇ ପାକିସ୍ତାନ ଅନ୍ତର୍ଜାତୀୟ ମଞ୍ଚରେ ଯାହା ଦାବି କରୁଛି ସମାନ ଦାବି କରୁଛି ଗୁପକର ମେଣ୍ଟ।