ବସ୍‌ ଭିତରେ ଅସଦାଚରଣ କରିଥିବା ବ୍ୟକ୍ତିଙ୍କୁ ଯୁବତୀଙ୍କ ପଥର ମାଡ

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜମହଲ ଛକରେ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ। ବସରୁ ଓହ୍ଲାଇଲେ ଆଉ ରାଜଧାନୀର ରାଜରାସ୍ତାରେ ଗୋଡେଇ ଗୋଡେଇ ପଥର ମାଡ଼ କଲେ । ଯୁବତୀଙ୍କ ମାଡରେ ଲହୁଲୁହାଣ ହେଲେ ବ୍ୟକ୍ତି । ଯୁବତୀଙ୍କ ମାଡ଼ରେ ଗୁରୁତର ଅବସ୍ଥାରେ ରାସ୍ତାରେ ବ୍ୟକ୍ତି ଜନନଙ୍କ ଦୌଡୁଥିବାର ଦେଖିବାକୁ ମିଳିଛି।

ଏସବୁ ପୋଲିସ ସାମ୍ନାରେ ଘଟିଥିଲେ ମଧ୍ୟ ଯୁବତୀଙ୍କ ରାଗ ଏମିତି ଥିଲାଯେ ଘଟଣାକୁ ଅଟକାଇବାରେ ବିଫଳ ହୋଇଥିଲା ପୋଲିସ । ତେବେ ପିସିଆର ଦେଖି ଯୁବତୀ ଜଣଙ୍କ ଉକ୍ତ ସ୍ଥାନ ଛାଡି ଦୌଡିବାକୁ ଲାଗିଥିଲେ । ଏହାପରେ ଯୁବତୀଙ୍କୁ କାବୁ କରି ପଚରା ଉଚରା ଜାରି ରଖିଛି ପୋଲିସ୍ । ସୂଚନା ଅନୁସାରେ ବସ୍‌ ଭିତରେ ଯୁବକ ଜଣକ ଯୁବତୀଙ୍କୁ ଅସଦାଚରଣ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବତୀ ଜଣକ ତାଙ୍କୁ ଏଭଳି ଆକ୍ରମଣ କରିଥିଲେ ।