ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ୟୁପିର ମିରଟରୁ ପ୍ରଚାର ଆରମ୍ଭ କରିବେ ନରେନ୍ଦ୍ର ମୋଦୀ । ତାଙ୍କ ସହିତ ରହିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଷ୍ଟ୍ରୀୟ ଲୋକଦଳ ମୁଖ୍ୟ ଜୟନ୍ତ ଚୌଧୁରୀ । ପ୍ରାୟ ଦଶନ୍ଧି ପରେ ବିଜେପି ଓ ରାଷ୍ଟ୍ରୀୟ ଲୋକଦଳ ଏକାଠି ହୋଇଛନ୍ତି ।

ଫେବୃୟାରୀରେ ଜୟନ୍ତଙ୍କ ଜେଜେ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କୁ ‘ଭାରତରତ୍ନ’ ଦେବାକୁ ଘୋଷଣା କରିଥିଲେ । ବାସ୍‌ ସେହି ଘୋଷଣା ପରେପରେ ରାଷ୍ଟ୍ରୀୟ ଲୋକଦଳ ବିଜେପିର ଶରଣାପନ୍ନ ହୋଇଗଲା ।

ଶନିବାର ଦିନ ରାତିରେ ବିଜେପିର ମୁଜାଫରନଗର ଲୋକସଭା ଆସନ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସଂଜୟ ବଲ୍ୟାଣଙ୍କ କାର ପଟୁଆର ଉପରେ କିଛି ଲୋକ ହମ୍‌ଲା କରିଥିଲେ ।

ଆକ୍ରମଣକାରୀଙ୍କ ହାତରୁ ସଂଜୟ ଉଧୁରି ଯାଇଛନ୍ତି । ମାତ୍ର ପ୍ରଚାର ମଇଦାନରେ ତାଙ୍କୁ ହମଲାର ଶିକାର ହେବାକୁ ପଡ଼ିପାରେ ।