ରାଜ୍ୟରେ ଅସମ୍ଭାଳ ତାତି

ଭୁବନେଶ୍ଵର: ଗ୍ରୀଷ୍ମପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଶୁକ୍ରବାର ୧୦ ସହରରେ ୪୩ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା । ଆଜି ବି ସମାନ ପରିସ୍ଥିତି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ପରବର୍ତ୍ତୀ ୩ଦିନ ମଧ୍ୟରେ ପଶ୍ଚିମାଝଡ ପ୍ରଭାବରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ କଟକର ତାପମାତ୍ରା ୩୩ ଡିଗ୍ରୀ ରହିଥିବା ବେଳେ ବାରିପଦା, କେନ୍ଦୁଝର, ଝାରସୁଗୁଡା ଓ ବାଲେଶ୍ୱରରେ ୩୩ ଡିଗ୍ରୀ ରହିଛି । ସେହିଭଳି ସକାଳ ସାଢେ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୨.୨ ଡିଗ୍ରୀ ରହିଛି ।