ଆନନ୍ଦପୁର ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

କେନ୍ଦୁଝର: ଆନନ୍ଦପୁର ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଆସନ୍ତା ମାର୍ଚ୍ଚ ୯ ତାରିଖ (ରବିବାର) ଦିନ ୧୦ ଘଟିକା ସମୟରେ ମହାସମାରୋହରେ ଅନୁଷ୍ଠିତ ହେବ । ଏହି ଉତ୍ସବରେ ଓଡିଶା ର ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝି ମୁଖ୍ୟ ଅତିଥିଭାବେ ଯୋଗଦାନ କରିବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆନନ୍ଦପୁର ମହାବିଦ୍ୟାଳୟର ପୂର୍ବତନ ଛାତ୍ର ଅଟନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାକଂର ଆନନ୍ଦପୁର ସବଡିଭିଜନକୁ ପ୍ରଥମ ଗ୍ରସ୍ଥ କାର୍ଯ୍ୟକ୍ରମ ଅଟେ ।

କେନ୍ଦୁଝର ଜିଲ୍ଲାର ଗର୍ବ ଗୌରବ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଦଳ ମତ ନିର୍ବିଶେଷରେ ସମସ୍ତ ଜନସାଧାରଣ ବ୍ୟାପକ ଭାବେ ସ୍ୱାଗତ୍ ଓ ସମ୍ବର୍ଦ୍ଧନା କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଆନନ୍ଦପୁର ସବଡିଭିଜନର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ସମସ୍ତ ଆନନ୍ଦପୁର ଏକ ହେଇ ଓଡିଶାର ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ଚରଣ ମାଝି ଙ୍କୁ ସମ୍ଵର୍ଦ୍ଧନା ଦେବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ସମସ୍ତ କୁଂ ଆହ୍ବାନ ଜଣାଇଛନ୍ତି ।