କୋହଲି ଭାଙ୍ଗିଲେ ସଚିନଙ୍କ ରେକର୍ଡ-shaksi news

କାନବେରା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ୬୩ ରନର ଇନିଂସ ଖେଳି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁକରଙ୍କର ରେକର୍ଡ ଭାଙ୍ଗିଛନ୍ତି । କୋହଲି ଆଜିର ମ୍ୟାଚରେ ୨୩ ରନ କରିବା ପରେ ଦିନିକିଆରେ ୧୨ ହଜାର ରନ ସଂଗ୍ରହ କରିଥିଲେ । ୩୨ ବର୍ଷୀୟ ବିରାଟ କୋହଲି ନିଜ କ୍ୟାରିୟରର ୨୪୨ତମ ମ୍ୟାଚରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ।

ତେବେ ସଚିନ ତେନ୍ଦୁଲକର ଏହି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ୩୦୦ ମ୍ୟାଚ ଖେଳିଥିଲେ । ସଚିନ୍ ୩୦୯ ମ୍ୟାଚରେ ୩୦୦ ଇନିଂସରେ ୧୨ହଜାର ଦିନିକିଆ ରନ୍ ପୂରଣ କରିଥିଲେ। ସଚିନ୍ ୨୦୦୩ ୱାର୍ଲ୍ଡ କପରେ ପାକିସ୍ତାନ ବିପକ୍ଷ ମୁକାବିଲାରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଏହି ମ୍ୟାଚରେ ସଚିନ୍ ୯୮ ରନର ସ୍ମରଣୀୟ ଇନିଂସ୍ ଖେଳିଥିଲେ।

ସୂଚନାଯୋଗ୍ୟ ଯେ, ପୂର୍ବରୁ କୋହଲିଙ୍କ ନାମରେ କମ ମ୍ୟାଚରେ ଦ୍ରୁତତମ ୮ ହଜାର, ୯ ହଜାର, ୧୦ ହଜାର ଓ ୧୧ ହଜାର ରନ ସଂଗ୍ରହ କରିବାର ମଧ୍ୟ ରେକର୍ଡ ରହିଛି ।୧୨ହଜାର ରନ୍ ପୂରଣ କରିବାରେ କୋହଲି ଦୁନିଆର ଷଷ୍ଠ ଏବ ଭାରତର ୨ୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହି ମ୍ୟାଚ୍ ପୂର୍ବରୁ କୋହଲିଙ୍କୁ ୧୨ହଜାର ରନର ରେକର୍ଡ ଛୁଇଁବା ପାଇଁ ୨୩ ରନର ଆବଶ୍ୟକ ଥିଲା। ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଦିନିକିଆରେ କୋହଲି ୮୯ ରନ୍ କରି ଆଉଟ୍ ହୋଇଥିଲେ, ଯେଉଁକାରଣରୁ ସେ ଏହି ରେକର୍ଡରୁ ବଞ୍ଚିତ ହୋଇଥିଲେ।

ସଚିନଙ୍କ ପରେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ରିକି ପଣ୍ଟିଂ ୩୨୩ ମ୍ୟାଚରେ ୩୧୪ ଇନିଂସରେ ୧୨ହଜାର ରନ୍ ପୂରଣ କରିଥିଲେ। ସେ ୨୦୦୯ରେ ଇଂଲଣ୍ଡ ବିପକ୍ଷରେ ଏହି ରେଡର୍କ କରିଥିଲେ। ସେହିପରି ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୩୫୯ ମ୍ୟାଚରେ ୩୩୬ ଇନିଂସରେ, ସନତ ଜୟସୂରିୟା ୩୯୦ ମ୍ୟାଚରେ ୩୭୯ ଇନିଂସରେ, ମାହେଲା ଜୟବର୍ଦ୍ଧନେ ୪୨୬ ମ୍ୟାଚରେ ୩୯୯ ଇନିଂସରେ ୧୨ହଜାର ଅନ୍ତର୍ଜାତୀୟ ଦିନିକିଆ ରନ୍ ପୂରଣ କରିଥିଲେ।