ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବରରେ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଗତକାଲି, ରୁଷ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ଏହି ସମୟରେ, ଉଭୟ ନେତା ଭାରତ-ରୁଷ ସମ୍ପର୍କକୁ ଆହୁରି ମଜବୁତ କରିବା ଏବଂ ରଣନୈତିକ ସହଭାଗୀତାକୁ ପ୍ରାଥମିକତା ଦେବା ଉପରେ ବିଚାର କରିଥିଲେ।
ମଙ୍ଗଳବାର, ଅକ୍ଟୋବର 7, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ 73ତମ ଜନ୍ମଦିନ। ପ୍ରଧାନମନ୍ତ୍ରୀ ମୋଦୀ ଏହି ବିଶେଷ ଅବସରରେ ପୁଟିନଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ସୁସ୍ଥତା ଏବଂ ନିରନ୍ତର ସଫଳତା ପାଇଁ ପ୍ରାର୍ଥନା କରିଛନ୍ତି।