ଜଳେଶ୍ୱର:ଜଳେଶ୍ୱର ବ୍ଳକ ଅନ୍ତର୍ଗତ ରାୟାଁରାମଚନ୍ଦ୍ରପୁର ଏସ.ଏସ.ଡି ସରକାରୀ ସେବାଶ୍ରମ ସ୍କୁଲର ବାର୍ଷିକ ଉତ୍ସବ-୨୦୨୬ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରେଶମା ବେଗମଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବଳରାମ ରାଉତ, ମୁଖ୍ୟ ବକ୍ତା ଚୋରମରା ସ୍କୁଲର ସହକାରୀ ଶିକ୍ଷକ ଶିବଶଙ୍କର ଜେନା, ସମ୍ମାନୀତ ଅତିଥି ଭାବେ ୱାର୍ଡ଼ ସଭ୍ୟା ଧର୍ମେଶ୍ୱରୀ ରାଉତ, ବିଦ୍ୟାଳୟ ପରିଚାଳନା କମିଟିର ଉପ ସଭାପତି ଅନିଲ କୁମାର ମହାନ୍ତି, ସହକାରୀ ଶିକ୍ଷୟତ୍ରୀ ସୁମିତାରାଣୀ ମାନ୍ନା, ଅଙ୍ଗନୱାଡି କର୍ମୀ ମମତା ରାଉତ ଓ ରେଣୁକାମଣୀ ସାହୁ ପ୍ରମୁଖ ମଞ୍ଚାସିନ ରହି ଛାତ୍ରଛାତ୍ରୀଙ୍କ ବାବଦରେ ବକ୍ତବ୍ୟ ରଖିଥିଲେ।ଶିକ୍ଷକ ଶିବଶଙ୍କର ଜେନା ମଞ୍ଚ ଆହ୍ୱାନ ଓ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଅତିଥି ମାନଙ୍କ ଦ୍ୱାରା କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା।