ପଟାମୁଣ୍ଡାଇ: ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବାରୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେତିକି ଅଛି ସେ ବି ଦରଭଙ୍ଗା । ଦୀର୍ଘ ବର୍ଷ ହେବ ଶ୍ରେଣୀଗୃହ ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ବେଳେ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ କ୍ଷ ପୂର୍ବ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ୫-ଟି ସ୍ମାର୍ଟ ସ୍କୁଲ କଲେ ହେଲେ ପ୍ରାଥମିକ ସ୍କୁଲର ଭିତ୍ତିଭୂମିକୁ ଭୁଲିଗଲେ । ଏଇ ଯେମିତି ପଟ୍ଟାମୁଣ୍ଡାଇ ବ୍ଲକ ତରଡ଼ିପାଳ ପଂଚାୟତ ର ଗୋପାଳପୁର ପ୍ରାଥମିକ ବିଦ୍ୟାଳୟ । ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବାରୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେତିକି ଅଛି ସେ ବି ଦରଭଙ୍ଗା । ଦୀର୍ଘ ବର୍ଷ ହେବ ଶ୍ରେଣୀଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ବେଳେ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । କାନ୍ଥରେ ଶିଉଳି ଚଢ଼ିଗଲାଣି । ଅନେକ ଜାଗାରେ ଫାଟି ଆଁ କରିଛି । ପବନରେ ଉଡ଼ି ଭାଙ୍ଗିଗଲା ପରେ ମରାମତି କରିବାକୁ ଭୁଲିଯାଉଛି ପ୍ରଶାସନ । କବାଟ ଝରକାର ଅବସ୍ଥା ତ’ ନକହିବା ଭଲ , ସବୁ ଦରଭଙ୍ଗା । ଶିଶୁ ବାଟିକା ଠାରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମାତ୍ର ୧ଟି ଶ୍ରେଣୀଗୃହ ରହିଛି । ବିକଳ୍ପ ବି କିଛି ନାହିଁ, ନିରୂପାୟ ହୋଇ ବିପଦସଙ୍କୁଳ ଅବସ୍ଥାରେ ବସୁଛନ୍ତି ପିଲା ।
କେବେ ଶିକ୍ଷା ବିଭାଗ ନିଦ ଭାଙ୍ଗିବ? ଶିକ୍ଷା ଭିତ୍ତିଭୂମି ସଜାଡ଼ିବାକୁ ଆଉ କେତେ ବର୍ଷ ? ଅଘଟଣ ଘଟିଲେ କିଏ ରହିବ ଦାୟୀ ? ତୁରନ୍ତ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପ୍ରାଥମିକ ବିଦ୍ୟାଳୟ ପାଇଁ ନୂତନ ଘର ନିର୍ମାଣ ପାଇଁ ଦାବି ହୋଇଛି।