ତୁରୁମୁଙ୍ଗା ପୋଲିସ ପକ୍ଷରୁ ଜୁଭେଣ୍ଟିକା ଶିଶୁ କିଶୋର ଅଧିକାର ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ଥାନା ପରିସରରେ ….

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ଥାନା ପରିସରରେ ଆଜି ଓଡ଼ିଶା ପୁଲିସ ପକ୍ଷରୁ ଓ ୟୁନିସେଫ ସହଯୋଗ ରେ ଶିଶୁ କିଶୋର ଅଧିକାର ସଚେତନତା କାର୍ଯ୍ୟକ୍ରମ ଜୁଭେଣ୍ଟିକା ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ଏସ ଆଇ
ସୁଜାତା ମହାନ୍ତ ଙ୍କ ସହ ଅନ୍ୟ ଅଧିକାରୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ ଯଥା ଡି ଏସ ପି ସୁଧା ସ୍ନିଗ୍ଧା ସେଠି,, ଦେବେନ୍ଦ୍ର ମୁର୍ମୁ,, ବୀରେନ୍ଦ୍ର ବେହେରା,, ସବିତା ନାୟକ,, କିଶୋର ଚନ୍ଦ୍ର ପାତ୍ର,, ସୁରେଶ କୁମାର ସାହୁ,, ସହୀଦ ସଲିମ ହୁସେନ ଓ ଅଶ୍ୱିନୀ ନାୟକ ଉପସ୍ଥିତ ରହି ଶୃଙ୍ଖଳା ର ସହିତ ଏହି କାର୍ଯ୍ୟକ୍ରମ କୁ ଆଗେଇ ନେଇ ଥିଲେ ।

ଏଥିରେ ଅଞ୍ଚଳର 5 ଟି ଅଙ୍ଗନବାଡିରୁ ଅଙ୍ଗନବାଡି କର୍ମୀ ଓ ପ୍ରତି ଅଙ୍ଗନବାଡି ରୁ 5 ଜଣ ଲେଖାଏଁ ଶିଶୁ ଓ କିଶୋର କିଶୋରୀ ମାନେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ରେ ମହିଳା ଓ ଶିଶୁ ଅପରାଧ ସମ୍ପର୍କରେ ସୂଚନା ଦିଆଯିବା ସହ ସମସ୍ତ ଶିଶୁ କିଶୋର କିଶୋରୀ ମାନେ କିପରି ସେମାନଙ୍କ ଉପରେ ହେଉଥିବା ଅପରାଧ ତଥା ସାଇବର କ୍ରାଇମ ଭଳି ଘଟଣା ର ସାମ୍ନା କରିବେ ଓ ତାହାର କିପରି ସମାଧାନ ହୋଇ ପାରିବ ସେନେଇ ଥାନା ଅଧିକାରୀ ଶ୍ରୀ ସାହୁ ଉପସ୍ଥିତ କର୍ମୀ ଓ କିଶୋର କିଶୋରୀ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ।କୌଣସି ସମସ୍ୟା ବା ବିପଦ ସମ୍ମୁଖୀନ ହେଲେ ଭୟମୁକ୍ତ ହୋଇ ପୁଲିସ କୁ ତୁରନ୍ତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା।କେନ୍ଦୁଝର ରୁ ଅଞ୍ଜନ କୁମାର ରଣା