ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବିଦ୍ୟୁତ ସେକ୍ସନରେ ଟିପିଏନଓଡ଼ିଏଲରେ କାର୍ଯ୍ୟରତ ଶ୍ରମିକ, କର୍ମଚାରୀ ମିଳିତମଞ୍ଚର ଏକ ସଭା ଅନୁଷ୍ଠିତ ହୋଇଯାଇଛି। ନୃସିଂହଚରଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୋରଡା ସବଡିଭିଜନର ମୋରଡା, ରାସଗୋବିନ୍ଦପୁର ଓ ଗାଁଅମର୍ଦା ସେକ୍ସନ ସହିତ ବାରିପଦା ସେକ୍ସନର ଠିକା କର୍ମଚାରୀ ଯୋଗ ଦେଇଥିଲେ। ଟାଟା ପାୱାର ପକ୍ଷରୁ କରାଯାଉଥିବା ଠିକା କର୍ମଚାରୀଙ୍କ ଛୋଟେଇକୁ ସମସ୍ତେ ବିରୋଧ କରିଥିଲେ। ଛଟେଇ ବନ୍ଦ କରିବାକୁ ସଂଗ୍ରାମ ଜାରି ରହିବା ଓ ଆସନ୍ତା ମେ ୨୦ ତାରିଖ ଦିନ ବାଲେଶ୍ଵର ସ୍ଥିତ କର୍ପୋରେଟ କାର୍ଯ୍ୟାଳୟରେ ସମସ୍ତେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଥିଲା। ଅନୁଷ୍ଠିତ ସଭାରେ ଓଏସଇବି ଫେଡେରେସନର ଜେନେରାଲ ସେକ୍ରେଟାରୀ ରବୀନ୍ଦ୍ର ବେହେରା, ଅଶ୍ୱିନୀ କୁମାର ପଣ୍ଡା,ତପନ ବେହେରା, ଚନ୍ଦନ ମହାନ୍ତି,ଅଶୋକ ଦାସ,ରାମଚନ୍ଦ୍ର ସାସମଲ,ସଂଜିତ ମାଝୀ,ପ୍ରମୁଖ ଉପସ୍ଥିତ ରହି ଅଭିଭାଷଣ ପ୍ରଦାନ କରିଥିଲେ।