ଶିମିଳିପାଳ ପ୍ରିମିୟାର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ବି ବି ଆଲୋକ ସ୍ପୋର୍ଟିଂ ଚମ୍ପିୟାନ

ସ୍ଥାନୀୟ ଲେଟକଟ ପଡିଆରେ ଶିମିଳିପାଳ କ୍ଲବ ….

ବାରିପଦା:  ସ୍ଥାନୀୟ ଲେଟକଟ ପଡିଆରେ ଶିମିଳିପାଳ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୧୯ ବର୍ଷରୁ କମ ଟି – ଟ୍ୱେଣ୍ଟି ଶିମିଳିପାଳ ପ୍ରିମିୟାର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ୬ ଟି ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ବି ବି ଆଲୋକ ସ୍ପୋର୍ଟିଂ ୭୭ ରନରେ ମା ଅମ୍ବିକା ଲାୟନ୍ସ କୁ ପରାସ୍ତ କରି ଚାମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି ଆଲୋକ ସ୍ପୋର୍ଟିଂ ୨୦ ଓଭରରେ ୮ ଉଇକେଟ ହରାଇ ୧୭୩ ସଂଗ୍ରହ କରିଥିଲା I ଦଳ ପକ୍ଷରୁ ଶମ୍ଭୁନାଥ ଗିରି ଓ ତୁଷାର ମହାକୁଡ଼ ୪୦ ରନ ଲେଖାଏଁ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ଦେବଶକ୍ତି ଗିରି, ରୁଚିକା ମଣ୍ଡଳ ଓ ଅରମାନ ଆଲାମ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ମା ଅମ୍ବିକା ଲାୟନ୍ସ ୧୫. ୨ ଓଭରରେ ସମସ୍ତ ଉଇକେଟ ହରାଇ ୯୬ ରନ କରିପାରିଥିଲେ I

ଦଳ ପକ୍ଷରୁ ସୁବ୍ରତ କୁମାର ସିଂ ସର୍ବାଧିକ ୩୯ ରନ କରିଥିବା ବେଳେ ବିପକ୍ଷ ଦଳର ପ୍ରିୟଙ୍କ ପଟ୍ଟନାୟକ ୪ଟି ଏବଂ ଆଲୋକ ରଞ୍ଜନ ନାୟକ, ଓ ଲୋକନାଥ ପୃଷ୍ଟି ୩ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ I ମନୋଜ ଟୁଡୁ ଓ ଲକ୍ଷ୍ମୀଧର ସିଂ ଖେଳ ପରିଚାଳନା କରିଥିବା ବେଳେ ସୌରଜିତ ସାହୁ ସ୍କୋରିଙ୍ଗରେ ସହାୟତା କରିଥିଲେ I ପୁରସ୍କାର ସ୍ୱରୂପ ଚମ୍ପିୟାନ ଦଳକୁ ୩୦ ହଜାର ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ୧୫ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା I ମ୍ୟାନ ଅଫ ଦି ମ୍ୟାଚ ଭାବେ ଆଲୋକ ରଞ୍ଜନ ନାଏକ, ଶ୍ରେଷ୍ଠ ବୋଲର ଭାବେ ପ୍ରିୟଙ୍କ ପଟ୍ଟନାୟକ, ଶ୍ରେଷ୍ଠ ବ୍ୟାଟ୍ସମେନ ଭାବେ ଅଭିନାଶ ଦେ ଓ ମ୍ୟାନ ଅଫ ଦି ସିରିଜ ଭାବେ ଲୋକନାଥ ପୃଷ୍ଟି ପୁରସ୍କୃତ ହୋଇଥିଲେ I ଅତିଥି ଭାବେ ଯୋଗଦେଇ ପୂର୍ବତନ ରାଜ୍ୟ ସ୍ତରୀୟ କ୍ରିକେଟ ଖେଳାଳି ତଥା ସମାଜସେବୀ ଲଲାଟେନ୍ଦୁ ବେହେରା, ସମାଜସେବୀ ନନ୍ଦିକେଶ ଶେଜପଡା, ପୂର୍ବତନ କ୍ରିକେଟ ଖେଳାଳି ଲୋହିତ ଦାଶ, ରଜତ ସାହୁ ଓ କୌଶିକ ପଟ୍ଟନାୟକ ପୁରସ୍କାର ବିତରଣ କରିଥିଲେ I ସୌରଜିତ ସାହୁ, ଦିବ୍ୟରଞ୍ଜନ ସାହୁ, ମନ୍ଥନ ସାନ୍ତରା, ମୃଣ୍ମୟ ପଣ୍ଡା ଓ ଅରମାନ ଆଲାମ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା I
ମୟୂରଭଞ୍ଜରୁ ଘାସିରାମ ବେଗେରାଙ୍କ ରିପୋର୍ଟ