ନାବାଳିକାଙ୍କୁ ଦୁଷ୍କର୍ମ

ତଲସରା ଥାନା ଅନ୍ତର୍ଗତ ବରପାଲି ଗ୍ରାମରେ ଗତକାଲି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି। ସୂଚନାନୁସାରେ, ସେପ୍ଟେମ୍ବର ୧୭ ଅପରାହ୍‌ଣ ପ୍ରାୟ ୪ଟାରେ ପୀଡ଼ିତା ନାବାଳିକା ଗାଁର ନିକଟତ୍ତମ ପୋଖରୀକୁ ଶୌଚ ପାଇଁ ଯାଇଥିଲେ ।

ଜନଶୂନ୍ୟ ଥିବା ସୁଯୋଗ ଦେଖି ଉକ୍ତ ଗ୍ରାମର ସୁରାଜ ଟପ୍ପୋ ନାବାଳିକାକୁ ପୋଖରୀ ହିଡରେ ଦୁଷ୍କର୍ମ କରୁଥିଲେ। ଏହି ସମୟରେ ନାବାଳିକାଙ୍କ ମା’ ବାସନ୍ତୀ ମାଝୀ ଝିଅକୁ ଖୋଜି ପୋଖରୀ ନିକଟରେ ପହଞ୍ଚିଥିଳେ। ନାବାଳିକାଙ୍କ ମା’ ଚିତ୍କାର କରିବାରୁ ଅଭିଯୁକ୍ତ ନାବାଳିକାକୁ ଛାଡ଼ି ପୋଖରୀକୁ ଡେଇଁ ପହଁରି ଆରପଟକୁ ଯାଇ ଫେରାର ହୋଇଯାଇଥିଲା ।

ପୁଲିସ ଅଭିଯୁକ୍ତ ସୁରାଜକୁ ଗିରଫକରିଛି। ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି ।