କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ପାଟଣା ବ୍ଲକ ମୁଖ୍ୟାଳୟରେ ସୋମବାର “ସେବା ସେତୁ ସଂକଳ୍ପ ଅଭିଯାନ”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ଲକ ମିଟିଂ ହଲ୍ରେ ଆୟୋଜିତ ଏହି ଶିବିରରେ ବଡ଼ପାଟଣା ଓ ଏରେଣ୍ଡେଇ ଗ୍ରାମ ପଞ୍ଚାୟତକୁ ସାମିଲ କରାଯାଇଥିଲା। କାର୍ଯ୍ୟକ୍ରମରେ A. Ex. ସୁସ୍ମିତା ବେହେରା, ଓ ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ ଉପସ୍ଥିତ ରହି ଅଭିଯାନର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।
ସରକାରୀ ଯୋଜନା ଓ ସେବାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ସହ ଯୋଡ଼ିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏହି ଅବସରରେ ହିତାଧିକାରୀଙ୍କ ଆବେଦନ ଗ୍ରହଣ, ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ ଓ ଆବଶ୍ୟକ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କେନ୍ଦୁଝରରୁ ଦୀନବନ୍ଧୁ ମିଶ୍ରଙ୍କ ରିପୋର୍ଟ ସାକ୍ସୀ ନ୍ୟୁଜ୍ ।