ୱିକେଣ୍ଡ କା ବାର୍’ରେ ଟ୍ରୋଲର୍‌ଙ୍କୁ ସଲମାନଙ୍କ ଜବାବ

ଶୋ’ର ୱିକ୍‌ଏଣ୍ଡ କା ବାର୍ ବୋଲି ଚର୍ଚ୍ଚା ହେଉଛି।ଏଥିରେ ସଲମାନ ଟ୍ରୋଲର୍‌ଙ୍କୁ ନିଜ ଅନ୍ଦାଜ୍‌ରେ ଖୁବ୍ ଶୁଣାଇଥିଲେ। ତାଙ୍କ ଶାରୀରିକ ଗଠନ ଓ ବୟସକୁ ନେଇ ନିୟମିତ ଟ୍ରୋଲ୍ କରାଯାଉଥିବା ସେ କହିଲେ। ୬୦ ବର୍ଷୀୟ ସଲମାନ କ୍ୟାମେରା ସାମ୍ନାରେ ନିଜ ହ୍ୟାଟ୍, ଜ୍ୟାକେଟ୍ ଓ ତା’ପରେ ସାର୍ଟ ଖୋଲି ନିଜର ବଳିଷ୍ଠ ଶରୀର ପ୍ରଦର୍ଶନ କଲେ ଏବଂ ଏହିପରି ଖୋଲାଖୋଲି କରିବାକୁ ସେ ଟ୍ରୋଲର୍‌ଙ୍କୁ ଚାଲେଞ୍ଜ କଲେ। କହିଲେ, ‘ମୈନେ ପ୍ୟାର୍ କିୟା’ର ସଲମାନ ହୋଇ ସେ ସର୍ବଦା ରହିପାରିବେ ନାହିଁ। କାହାର ଓଜନ, ଲୁକ୍ ଓ ବୟସ ଥଟ୍ଟାମଜାର କାରଣ କାହିଁକି ହେଉଛି ବୋଲି ସେ ଟ୍ରୋଲର୍‌ଙ୍କୁ ପ୍ରଶ୍ନ କଲେ ।

ଆହୁରି କହିଲେ, ଲୋକେ ଅନୁମାନ କରୁଥିଲେ, ସେ ଚନ୍ଦା ହୋଇଯାଇଥିଲେ କିମ୍ବା କେଶ ପ୍ରତିରୋପଣ କରିଥିଲେ। ଏହି ଲୁକ୍ ପ୍ରକୃତରେ ତାଙ୍କର ଏକ ଫିଲ୍ମ ପାଇଁ ଥିଲା ବୋଲି ସ୍ପଷ୍ଟ କଲେ। ଏଭଳି କମେଣ୍ଟ ତାଙ୍କୁ କେବଳ ବ୍ୟକ୍ତିଗତ ଭାବେ ନୁହେଁ, ଅନ୍ୟମାନଙ୍କ ଉପରେ ମଧ୍ୟ ଏ ପ୍ରକାର ଟ୍ରୋଲିଂର ଗମ୍ଭୀର ପ୍ରଭାବ ପଡ଼ିପାରେ ବୋଲି ସଲମାନ ଶୋ’ରେ କହିଲେ ।

ବିଗ୍ ବସ୍-୨୦ରେ ୨ କୋଟିରୁ ଅଧିକ ନୂଆ ଦର୍ଶକ ଯୋଡ଼ି ହୋଇଥିଲେ।ଓରମାକ୍ସର ସାପ୍ତାହିକ ଓଟିଟି ରାଙ୍କିଙ୍ଗ୍ ଅନୁସାରେ,ସେପ୍ଟେମ୍ବର ୭-୧୩ରେ, ବିଗ୍ ବସ୍-୨୦ର ଦର୍ଶକଙ୍କ ସଂଖ୍ୟା ୧.୬୮ କୋଟି ଥିଲା। ଗୋଟିଏ ସପ୍ତାହରେ ଏଥିରେ ୩୨ ଲକ୍ଷରୁ ଅଧିକ ଦର୍ଶକ ଯୋଡ଼ିହେଲେ ।