କେନ୍ଦୁଝର(ସାକ୍ସୀ ନ୍ୟୁଜ୍): ରାଜନଗର ଗ୍ରାମରେ ଥିବା ପିଏଚସି ରେ ଆଜି ଗୁରୁବାର 01/10/26 ରେ ଆୟୁଷ ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଏହି ହସ୍ପିଟାଲ ଅଂଚଳ ର ଶହେରୁ ଉର୍ଦ୍ଧ ମହିଳା, ପୁରୁଷ, ଛୋଟ ଛୁଆ ରୋଗୀ ଭାଗ ନେଇ ଥିବା ବେଳେ ପ୍ରଥମେ ଯୋଗ ଶିକ୍ଷା ହେଇଥିଲା । ଆଜି ବିଶେଷ କରି ଅନ୍ତର୍ଜାତିକ ଜରା ଦିବସ ଉପଲକ୍ଷେ ରୋଗୀ ମାନଙ୍କୁ ସଚେତନ କରା ଯାଇଥିବା ବେଳେ ହସ୍ପିଟାଲ ପକ୍ଷରୁ ଡକ୍ଟର ଦେବୀ ପ୍ରସାଦ କୁଡୁହାଁସଦା, ଆୟୁଷ ଏମ ଓ ସଂଘମିତ୍ରା ପ୍ରଧାନ, ଏସ ପି ଓ କିରାନି କର ମହାନ୍ତ, ମହିଳା ସ୍ଵାଥ୍ୟ କର୍ମୀ (ଏଲ ୱାନ )କୁନ୍ତଳା ମହାନ୍ତ, ଭାନୁମୋତି ମହାନ୍ତ, ଅର୍ଜୁନ ନାୟକ, ବିଜୟ କୁମାର ଦାସ, ରାଜ କୁମାର, ନିବେଦିତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଆଗେଇ ନେଇ ସଫଳ କରି ଥିଲେ। କେନ୍ଦୁଝର ରୁ ଅଞ୍ଜନ କୁମାର ରଣା ସାକ୍ସୀ ନ୍ୟୁଜ୍ ।