କରିକୋଲ ପ୍ରଗତି କ୍ଲବ ପକ୍ଷରୁ ହୋଲି ପାଳନ

ଆଠଗଡ: ଦୁଇବର୍ଷ ଧରି କରୋନା କଟକଣା ଯୋଗୁ ବନ୍ଦ ରହିଥିବା ହୋଲି ପର୍ବ ଏଥର ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଛି । ହୋଲି ଲାଗି ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ହୋଇଯାଇଥିଲା । ରାଜ୍ୟରେ ମଧ୍ୟରେ ହୋଲି ଖେଳକୁ ନେଇ ବେଶ ଉତ୍ସାହ ଦେଖାଦେଇଥିଲା । ହିନ୍ଦୁ, ମୁସଲିମ, ଖ୍ରୀଷ୍ଟ୍ରିୟ ଓ ଅନ୍ୟାନ୍ୟ ଧର୍ମର ଲୋକମାନେ ଆନନ୍ଦ, ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇ ଉତ୍ସବ ପାଳିଥିଲେ । କରୋନା ଲାଗି ଖେଳି ପାରିନଥିବା ହୋଲିକୁ କିଛି ସମୟ ଲାଗି ଜୀବନର ସମସ୍ତ ଦୁଃଖସୁଖ ଭୁଲିଯାଇଥିଲେ । ଏହି ହୋଲି ପର୍ବସହ ଯୋଡି ହୋଇଛି ଅନେକ ପୌରାଣିକ ଆଖ୍ୟାନ । ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳାର ଅଂଶ ବିଶେଷ ହେଉଛି ହୋଲି ଉତ୍ସବ ।

ସେହିପରି କରିକୋଲ ପ୍ରଗତି କ୍ଲବ ପକ୍ଷର ହୋଲି ମହୋତ୍ସବ ଓ ସେବାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ପ୍ରଗତି କ୍ଲବ ପକ୍ଷରୁ ନିଆରା ହୋଲି ଓ ବସନ୍ତ ମିଳନ ଉତ୍ସବ ପାଳନ କରାଯାଇଛି । କୌଣସି ରାସାୟନିକ ରଙ୍ଗ ବ୍ୟବହାର ନ କରି କେବଳ ପ୍ରାକୃତିକ ରଙ୍ଗ ଅବିରରେ ହୋଲି ଖେଳିବା ଲାଗି ଜନସାଧାରଣଙ୍କୁ ପରାମର୍ଶ ଦିଆଯିବା ସହ ଆନନ୍ଦ ଉଲ୍ଲାସର ପର୍ବ ହୋଲିରେ କେହି ଯେଭଳି ଉପାସରେ ନ ରହିବେ ସେ ନେଇ ପଦକ୍ଷେପ ନିଆଯାଇଥିଲା । ଏହି ହୋଲି ଉତ୍ôସବ କାର୍ଯ୍ୟକ୍ରମରେ ଜଗବନ୍ଧୁ ମଲ୍ଲିକ, ସୁଜିତ କୁମାର ମଲ୍ଲିକ, ଆଶିଷ କୁମାର ମଲ୍ଲିକ, ଅଜିତ କୁମାର ମଲ୍ଲିକ, ଜିତେନ୍ଦ୍ର କୁମାର, ପ୍ରଶାନ୍ତ କୁମାର ମଲ୍ଲିକ, ଦିବେଶ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।