ମହଙ୍ଗା ହେବ ପେଟ୍ରୋଲ-ଡିଜେଲ ଦର!

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘୋମାଘୋଟ ଯୁଦ୍ଧ । ରୁଷ ସେନାର ମିସାଇଲ ମାଡରେ ୟୁକ୍ରେନ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି । ରୁଷର ଏହି ଆକ୍ରମଣ ଜାରି ରହିଥିବା ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚ଼ିଛି । ରୁଷ ଦ୍ୱାରା ୟୁକ୍ରେନ ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ସମେତ ୟୁରୋପୀୟ ୟୁନିୟନ ରୁଷ ଉପରେ ବିଭିନ୍ନ ଆର୍ଥିକ କଟକଣା ଲାଗୁ କରିଛନ୍ତି । ରୁଷ-ୟୁକ୍ରେନ ଏହି ଯୁଦ୍ଧ ମଧ୍ୟରେ ଭାରତରେ ଖୁବଶୀଘ୍ର ବଢିପାରେ ପେଟ୍ରୋଲ-ଡିଜେଲ ଦାମ । ୟୁକ୍ରେନ-ରୁଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ୭ ବର୍ଷ ପରେ ରେକର୍ଡ ଉଚ୍ଚ଼ ସ୍ତରରେ ପହଞ୍ଚିଛି କ୍ରୁଡ ଅଏଲ ଦାମ । ଯାହାର ପ୍ରଭାବ ଭାରତୀୟ ବଜାର ଉପରେ ପଡିପାରେ । ସେହିପରି ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ହୁ ହୁ ହୋଇ ବଢିବାରେ ଲାଗିଛି । ସୂଚନାଯୋଗ୍ୟ ଗତବର୍ଷ ନଭେମ୍ବର ମାସରୁ ଦେଶରେ ପେଟ୍ରୋଲ-ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।