ୟୁପରେ ପୁଣି ଯୋଗୀଙ୍କ ରାଜ!

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବିଜେପି ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିଲା । କାରଣ ପ୍ରତ୍ୟେକ ଲୋକସଭା ନିର୍ବାଚନ ପୂର୍ବରୁ ୟୁପି ଯାହା ଦଖଲରେ ଥାଏ ପ୍ରାୟତଃ ସିଏ ସରକାର ଗଢିବା ଏକ ପ୍ରକାର ସ୍ଥିର ହୋଇଯାଇଥାଏ । ସୂଚନାଯୋଗ୍ୟ ଯେ, ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବିଜେପି ପାଇଁ ଏକ ବଡ ଆହ୍ୱାନ ଥିଲା । କାରଣ କରୋନା ମାହାମାରୀ ଜନିତ ମୃତ୍ୟୁ, ବେରୋଜଗାରୀ, ତିନି କୃଷି ଆଇନ, ଚାଷୀ ଆନ୍ଦୋଳନ ଓ ଅପରାଧିଙ୍କ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ଆଦି ଅନେକ ପ୍ରସଙ୍ଗ ବିଧାନସଭା ନିର୍ବାଚନ ବେଳେ ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ଥିଲା ।

ଅନ୍ୟପକ୍ଷରେ ମାର୍ଚ୍ଚ ୧୦ରେ ବିଧାନସଭା ନିର୍ବାଚନ ଫଳାଫଳ ଆସିବ । ଏହାପୂର୍ବରୁ ବିଭିନ୍ନ ସର୍ବକ୍ଷେଣ ସଂସ୍ଥା ଦ୍ୱାରା ଯେଉଁ ଏକଜିଟ ପୋଲ ରିପୋର୍ଟ ଆସିଛି ତାହା ୟୁପିରେ ବିଜେପି ପାଇଁ ଆଶ୍ୱାସନା ପାଲଟିବ । ସେହପରି ଏକଜିଟ ପୋଲ ଅନୁଯାୟୀ ଏଥର ବିଜେପି କମ ଆସନ ପାଇବ । ସେହିପରି ୟୁପିରେ ପୁଣିଥରେ ଯୋଗୀ ଆଦିତ୍ୟନାଥ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସର୍ଭେକ୍ଷଣରେ ଜଣାପଡିଛି । ଯଦି ଏକଜିଟ ପୋଲ ସତ ହୁଏ ତେବେ ଉତ୍ତରପ୍ରଦେଶରେ ଯୋଗୀ ପୁଣି ରାଜ କରିବେ । ସୂଚନାଯୋଗ୍ୟ ଯେ, ଉତ୍ତରପ୍ରେଦଶରେ ଏଯାବତ କେହି ଲଗାତର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି । ତେଣୁ ୟୁପିରେ ଯଦି ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବେ ତା ହେଲେ ବିଜେପି ଓ ଯୋଗୀ ଇତିହାସ ରଚିବେ ।