ୟୁକ୍ରେନକୁ ମନାଇବେ ପ୍ରଧାନମନ୍ତ୍ରୀ ମୋଦି

ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଫୋନ୍‌ରେ କଥା ହୋଇଛନ୍ତି । ୟୁକ୍ରେନ୍‌ ଯୁଦ୍ଧ ସମେତ ଆହୁରି କେତେକ ପ୍ରସଙ୍ଗରେ ଦୁଇନେତା ଆଲୋଚନା କରିଛନ୍ତି। ଶାନ୍ତି ଓ ସହାବସ୍ଥାନ ବଜାୟ ରଖିବା ପାଇଁ ରୁଷିଆ ପକ୍ଷରୁ ଗ୍ରହଣ କରା ଯାଉଥିବା ଉଦ୍ୟମକୁ ପ୍ରଧାନମନ୍ତ୍ରୀ ମୋଦି ସମର୍ଥନ କରିଛନ୍ତି।

ପୁଟିନ କହିଛନ୍ତି ଯେ ଶାନ୍ତି ବୁଝାମଣା ପ୍ରସ୍ତାବକୁ ୟୁକ୍ରେନ ଅସ୍ୱୀକାର କରୁଛି। ରୁଷିଆରେ ବେଗନର ସେନାର ବିଦ୍ରୋହକୁ ମୋଦି ନାପସନ୍ଦ କରିଛନ୍ତି। ଦୁଇନେତା ଜି-୨୦ ଓ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ମାମଲାରେ ଆଲୋଚନା କରିଛନ୍ତି।

ସୂଚନା ମୁତାବକ, ପୂର୍ବରୁ ୟୁକ୍ରେନର ଶାନ୍ତି ପ୍ରସ୍ତାବକୁ ରୁଷିଆ ଗୋଡ଼ରେ ଆଡେ଼ଇ ଦେଇଥିଲା । ଏବେ ରୁଷିଆର ଶାନ୍ତି ପ୍ରସ୍ତାବକୁ ୟୁକ୍ରେନ ଏଡ଼ାଇ ଦେଉଛି। ଘରଢିଙ୍କି କୁମ୍ଭୀର ସାଜିଥିବାରୁ ପୁଟିନଙ୍କ ମୁଣ୍ଡ ଥଣ୍ଡା ପଡ଼ିଯାଇଛି।