ସବିତା ସୁଆର ବ୍ରହ୍ମପୁର ମେୟର ପ୍ରାର୍ଥୀ

ବ୍ରହ୍ମପୁର : ମହାନଗର ନିଗମ ନିର୍ବାଚନକୁ ନେଇ ଶାସକ ବିଜେଡି-ବିଜେପି ଏବଂ କଂଗ୍ରେସ ବିରୋଧୀ ତରଫରୁ ମେୟର ପ୍ରାର୍ଥୀ ଘୋଷଣା ଜାରି ରହିଛି । ବିଜେପି ପକ୍ଷରୁ କଟକର ମେୟର ପ୍ରାର୍ଥୀ ଭାବେ ଅଭିନେତା ଶ୍ରୀତମ ଦାସଙ୍କୁ ପ୍ରାର୍ଥୀ ଚୟନ କରିବା ପରେ ଏବେ ବ୍ରହ୍ମପୁର ମହାନଗର ନିଗମର ମେୟର ପ୍ରାର୍ଥୀ ଭାବେ ଡକ୍ଟର ସବିତା ସୁଆରଙ୍କୁ ଚୟନ କରାଯାଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ବିଜେଡି ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏବେ ବିଜେପି ବିଜେପି ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି । ବିଜେପି ବିଏମସି ପାଇଁ ସୁନୀତି ମୁଣ୍ଡଙ୍କୁ ମେୟର ପ୍ରାର୍ଥୀ ଚୟନ କରିଥିବା ବେଳେ ଶ୍ରୀତମ ଦାସଙ୍କୁ କଟକ ଓ ଡକ୍ଟର ସବିତା ସୁଆରଙ୍କୁ ବ୍ରହ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି ।