ବିଜେଡିର ବିଏମସି ମେୟର ପ୍ରାର୍ଥୀ ହେଲେ ସୁଲୋଚନା ଦାସ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ବିଜେପିର ମେୟର ପ୍ରାର୍ଥୀ ଭାବେ ସୁଲୋଚନା ଦାସଙ୍କୁ ଚୟନ କରାଯାଇଛି । ସେହିପରି ବିଜେଡି ୩ ମହାନଗର ପାଇଁ ମେୟର ପ୍ରାର୍ଥୀ ମଧ୍ୟ ଘୋଷଣା କରାଯାଇଛି । ଏହି କ୍ରମରେ ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ମେୟର ପ୍ରାର୍ଥୀ ହୋଇଥିବାବେଳେ କଟକ ପାଇଁ ସାଂସଦ ସୁବାସ ସିଂହ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ବରିଷ୍ଠ ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କୁ ଭୁବନେଶ୍ୱର ମହାନଗର ନିଗମର ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜୁ ଜନତା ଦଳ । ସୁଲୋଚନା କଂଗ୍ରେସରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଜେଡିରେ ଯୋଗ ଦେଇଥିଲେ ।

ସେହିପରି ବିଜେଡି ପକ୍ଷରୁ ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲା । ଏହାପରେ ତାଙ୍କୁ ରାଜ୍ୟ ଭିନ୍ନକ୍ଷମ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା । ଏବେ କିନ୍ତୁ ସେ ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡି ତରଫରୁ ମେୟର ଭାବେ ପ୍ରାର୍ଥୀ ଚୟନ କରାଯାଇଛି ।