ରାଜନାଥଙ୍କୁ ଲାଜ ଲାଗୁନି: ରାହୁଲଙ୍କୁ ରାଜନେତା ଭିତରେ ଗଣୁଛନ୍ତି

ସଂସଦ ଭିତରେ ବସି ଆଖି ମିଟିକା ମାରୁଥିବା ବ୍ୟକ୍ତିଟିକୁ ଅଧିକ ଗୁରୁତ୍ୱ ଦେଇ ବିଜେପିର ଆଗଧାଡ଼ିର ନେତାମାନେ ଅଯଥା ସମୟ ନଷ୍ଟ କରୁଛନ୍ତି । ଅସରପା ଗୋଟିଏ ଚଢେ଼ଇ ନା ରାହୁଲ ଗୋଟିଏ ନେତା । ବିଜେପିର ବରିଷ୍ଠ ରାଜନେତା ରାଜନାଥ ସିଂଙ୍କ ମୁହଁରେ ରାହୁଲ ଯାନର ବିଫଳତା ଆଦୌ ଶୋଭାପାଉନି ।

ଚନ୍ଦ୍ରଯାନ-୩ ଓ ଆଦିତ୍ୟ-ଏଲ୧ ସଫଳତାର ସହିତ ଲକ୍ଷ୍ୟସ୍ଥଳରେ ପହଂଚିପାରିଲା, ମାତ୍ର ୨୦ ବର୍ଷ ହେଲାଣି ରାହୁଲଯାନଟି ସଫଳତାର ସହ ଭାରତୀୟ ରାଜନୈତିକ ଆକାଶରେ ସଫଳତାର ସହ ଉଡ଼ାଣ କରିପାରିଲାନି । ନେହୁରୁଙ୍କ ଅମଳରେ ସଂସଦର ୩୦୦ରୁ ଅଧିକ ଆସନ ଦଖଲ କରିଥିବା କଂଗ୍ରେସ ଏବେ ୫୦ରେ ଅଛି ।

ଏପରି କହି ରାଜନାଥ ଶସ୍ତା ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଓଡ଼ିଶାର ପଛୁଆ ବର୍ଗର ନେତା ସୀତାରାମ ବେହେରା । ସୂଚନାଯୋଗ୍ୟ, ବିଜେପିର ପରିବର୍ତନ ଯାତ୍ରାରେ ଯୋଗଦାନ କରି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାହୁଲଙ୍କୁ କଟାକ୍ଷ କରିଥିଲେ ।
ରାହୁଲଙ୍କ ଭଳି ଗୋଟିଏ ରୁଗ୍‌ଣ ମାନସିକ ରୋଗୀକୁ କଟାକ୍ଷ କରି ରାଜନାଥ ନିଜକୁ ଅତି ଶସ୍ତା କରି ଦେଉଛନ୍ତି ବୋଲି ସୀତାରାମ କହିଛନ୍ତି ।