ଅଜାଗା ଘା ଦେଖେଇ ପାରୁନାହାନ୍ତି ସଞ୍ଜୟ

ସୁରକ୍ଷିତ ନିର୍ବାଚନ ମଣ୍ଡଳୀ ଖୋଜୁଛନ୍ତି ସଞ୍ଜୟ । ବ୍ରହ୍ମଗିରି ରେ ଆଉ ବାବୁ ସଞ୍ଜୟ ହାତଗଣତି ତୋଷାମଦିଆଙ୍କୁ ପାଖରେ ପାଇ ବାବୁ ଅଭିମାନ ଭରା କଥା କହୁଛନ୍ତି। ଅଜାଗା ଘା ଦେଖି ପାରୁ ନାହାନ୍ତି କି ଦେଖେଇ ପାରୁନାହାନ୍ତି । ବ୍ରହ୍ମଗିରି ର ଅଣ୍ଡା ଠାରୁ ଭେଣ୍ଡା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳୁଛି ଛି ଛି ପ୍ରଶଂସା ।

ତେଣୁ ୨୦୨୪ ନିର୍ବାଚନ ପାଇଁ ସୁରକ୍ଷିତ ଆସନଟିଏ ଖୋଜଚାଲିଛି। ବାବୁ ଚେଷ୍ଟା କରୁଥିଲେ ସତ୍ୟବା ଦି ରୁ ଲଢ଼ିବେ ବୋଲି, କିନ୍ତୁ ସତ୍ୟବାଦୀର ଭୋଟର ମାନେ ମୁହେଁ ମୁହେଁ ମନା କରିଦେଲେ। କ୍ଷମତାସିନ ଦଳରେ ଥାଇ ସେ ଏମିତି ହଲାପଟା ହଉଛନ୍ତି, ଜଣାପଡୁଛି ୨୦୨୪ ନିର୍ବାଚନ ପରେ ସେ ମାନସିକ ବିକାରଗ୍ରସ୍ତ ହୋଇ ବୁଲିବେ।

ସୂଚନା ଥାଉକି, ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଳକ ଗସ୍ତ କରିଛନ୍ତି। ଶ୍ରୀ ଦାସବର୍ମା କୃଷ୍ଣପ୍ରସାଦ ବ୍ଲକର ବଡଅଁଳ ପଞ୍ଚାୟତ ବଡଅଁଳ ଗାଁରେ ନୂତନ କଲ୍ୟାଣ ମଣ୍ଡପ ଏବଂ ସିଆଣ୍ଡି ପଞ୍ଚାୟତ ପାଟପୁର ଗ୍ରାମରେ ମା’ ଚଣ୍ଡୀଦେବୀ କମ୍ୟୁନିଟି ସେଣ୍ଟର ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ଲକ୍ଷ୍ମୀଧର ସାହୁ, କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ ତରେଇ, ବ୍ଲକ ଉପାଦକ୍ଷା ଶ୍ରୀମତୀ ଶକୁନ୍ତଳା ଗଡୁ, ବଡଅଁଳ ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ କାଜଲ ପ୍ରଧାନ, ବଡଅଁଳ ଗାଁ ସଭାପତି ପ୍ରମୋଦ ପ୍ରଧାନ, ସିଆଣ୍ଡି ପଞ୍ଚାୟତ ସରପଞ୍ଚ ଆଦିତ୍ୟ ରଞ୍ଜନ ପଲେଇ, ସମିତି ସଭ୍ୟ ଲଲିତ କୁମାର ତରେଇ, ପଞ୍ଚୁପଡା ସଭାପତି ଦାସରଥି ତରେଇ ଓ ସମ୍ପାଦକ ବାସୁଦେବ ବିଶ୍ୱାଳଙ୍କ ସମେତ ଉଭୟ ଗ୍ରାମର ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।