ଫିଲ୍ମ ‘ପଠାନ୍‌’ର ଘୋଷଣା ହେଲା ରିଲିଜ୍‌ ଡେଟ୍‌

ମୁମ୍ବାଇ: ବହୁ ଦିନ ପରେ ନଜର ଆସିବେ ବଲିଉଡର କିଙ୍ଗ ଖାନ୍ ଶାହରୁଖ । ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ଶାହରୁଖ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ର ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି । ପୂର୍ବରୁ ସିନେପ୍ରେମୀମାନେ ‘ପଠାନ’ କେବେ ରିଲିଜ୍ ହେବ ସେନେଇ ଆଗ୍ରହର ସହ ଚାହିଁ ରହିଥିଲେ । ଏହାକୁ ନେଇ ଶାହରୁଖ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ ସେୟାର କରି ଜଣାଇଛନ୍ତି ।

ତେବେ ପୋଷ୍ଟରୁ ଜଣାପଡ଼ିଛି ଯେ, ଆସନ୍ତାବର୍ଷ ଜାନୁଆରୀ ମାସ ୨୫ ତାରିଖରେ ପଠାନ୍ ସିନେମା ଘରକୁ ଆସିବ । ବହୁ ସମୟ ଧରି କିଙ୍ଗ ଖାନଙ୍କ କୌଣସି ସିନେମା ପରଦା ଉପରକୁ ଆସିନଥିବାରୁ ସିନେପ୍ରେମୀମାନେ ଶାହରୁଖଙ୍କ ଫିଲ୍ମକୁ ଚାହିଁ ରହିଛନ୍ତି । ପୋଷ୍ଟରେ ଶାହରୁଖ ଲେଖିଛନ୍ତି- ‘ମୁଁ ଜାଣିଛି ବହୁତ ବିଳମ୍ବ ହୋଇଗଲା । କିନ୍ତୁ ଆପଣମାନେ ତାରିଖକୁ ଭଲଭାବେ ମନେ ରଖନ୍ତୁ । ପଠାନର ଟାଇମ୍ ଆରମ୍ଭ ହୋଇଯାଇଛି । ୨୦୨୩ ଜାନୁଆୀ ୨୫ରେ ଆମେ ସିନେମା ଘରେ ଦେଖା ହେବା ।

ଶାହରୁଖଙ୍କ ଏହି ଫିଲ୍ମ ହିନ୍ଦି, ତାମିଲ, ତେଲୁଗୁ ଆଦି ୩ଟି ଭାଷାରେ ରିଲିଜ୍‌ ହେବ । ଏହି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିବା ସହ ଶାହରୁଖ ଫିଲ୍ମର କିଛି ଝଲକ ମଧ୍ୟ ସେୟାର କରିଛନ୍ତି । ଦୀର୍ଘ ୫ ବର୍ଷ ପରେ ଶାହରୁଖ ବଡ଼ ପରଦାକୁ ଫେରୁଛନ୍ତି । ଏହି ଫଟୋ ପୋଷ୍ଟର ମାତ୍ର କିଛି ମିନିଟ ମଧ୍ୟରେ ପଠାନର ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖିଛନ୍ତି । ପଠାନରେ ଶାହରୁଖ ଏକ ସ୍ପେଶାଲ ଲୁକରେ ଆସୁଛନ୍ତି ।