ଆଜି ହେଉଛି ବିଶ୍ୱ ପୃଥିବୀ ଦିବସ । ପ୍ରତିବର୍ଷ ଏପ୍ରିଲ ୨୨ ତାରିଖକୁ ବିଶ୍ଵ ପୃଥିବୀ ଦିବସ ଭାବରେ ପାଳନ କରାଯାଏ । ପରିବେଶଗତ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ପୃଥିବୀକୁ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଏପ୍ରିଲ ୨୨ ରେ ଏହି ଦିବସ ପାଳନ କରାଯାଏ ।
୧୯୬୯ମସିହା ଜାନୁୟାରୀ ୨୮ ତାରିଖ ଦିନ ଆମେରିକା କାଲିଫର୍ଣ୍ଣିଆର ସାନ୍ତାବାରବରାରେ ଏକ ଦୁର୍ଘଟଣା ଘଟି ୩୦ ଲକ୍ଷ ଅଶୋଧିତ ତୈଳ ସମୁଦ୍ରରେ ମିଶିଥିଲା । ଏହାଦ୍ବାରା ୧୦ ହଜାରରୁ ଊର୍ଦ୍ଧ୍ବ ସାମୁଦ୍ରିକ ପକ୍ଷୀଙ୍କ ସମେତ ଡଲଫିନ୍, ସିଲ୍ ଆଦି ଅନ୍ୟ ସାମୁଦ୍ରିକ ପ୍ରାଣୀଙ୍କର ମୃତ୍ୟୁ ହୋଇଥିଲା । ପରିବେଶବିତ୍ ତଥା ତତ୍କାଳୀନ ଆମେରିକା ସିନେଟର ଗେଲର୍ଡ ନେଲସନଙ୍କୁ ଏହି ଘଟଣା ବ୍ୟଥିତ କରିଥିଲା । ଏହା ପରେ ୧୯୭୦ ମସିହା ଅପ୍ରେଲ ୨୨ରେ ପ୍ରଥମେ ବିଶ୍ଵ ପୃଥିବୀ ଦିବସ ପାଳନ କରାଯାଇଥିଲା । ପରିବେଶବିତ୍ ତଥା ଆମେରିକାର ସିନେଟର ଗେଲର୍ଡ ନେଲସନ ପ୍ରଥମେ ଏହି ଦିବସ ପାଳନ କରିଥିଲେ ।ଆମେରିକା ଏହି ଦିବସକୁ ବୃକ୍ଷ ଦିବସ ଭାବେ ପାଳନ କରିଥାଏ ।
୨୦୨୫ ପୃଥିବୀ ଦିବସର ବିଷୟବସ୍ତୁ ହେଉଛି “ଆମର ଶକ୍ତି, ଆମ ଗ୍ରହ“। ୨୦୩୦ ସୁଦ୍ଧା ନବୀକରଣୀୟ ଶକ୍ତି ବ୍ୟବହାର କରି ‘ତିନିଗୁଣା ସ୍ୱଚ୍ଛ ବିଦ୍ୟୁତ୍’ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛି । ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ସହାୟତାର ହାତ ବଢ଼ାଇବାକୁ ହେବ । ତେବେ ଯାଏଁ ଆମ ପରିବେଶ ସୁରକ୍ଷା ହୋଇପାରିବ। ଆଉ ଆମ ପୃଥିବୀ ସୁନ୍ଦର ହୋଇପାରିବ ।