ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ସଂସଦ, ଭୁବନେଶ୍ୱରର ଯୁଗ୍ମ ଆନୁକୂଲ୍ୟରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ. ସଦାଶିବ ତ୍ରିପାଠୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଛି । ଉତ୍ସବରେ ମୁଖ୍ୟମନ୍ତ୍ରୀ ଅତିଥି ଭାବେ ଯୋଗଦେଇ ଯାଜପୁର ସାଂସଦ ଡ଼ଃ. ରବୀନ୍ଦ୍ର ନାରାୟଣ ବେହେରା, ଡ଼ଃ ସଦାଶିବ ତ୍ରିପାଠୀଙ୍କ ଅମ୍ଳାନ ଜୀବନାଦର୍ଶ ଓ ସ୍ମୃତି ଚାଣ କରିଥିଲେ । ଏଥିସହ ଓଡ଼ିଶାର ପ୍ରାକ୍ତନ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ଡ଼ଃ. ସଦାଶିବ ତ୍ରିପାଠୀଙ୍କ ଶିକ୍ଷା, ଭିତ୍ତିଭୂମି, ଶିଳ୍ପ ବିକାଶ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଉଲ୍ଲେଖ କରିଥିଲେ ।
ଏହି ଅବସରରେ ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନ୍ର ଉପଦେଷ୍ଟା ଶ୍ରୀଯୁକ୍ତ ଗୋଲକ ପ୍ରସାଦ ମହାପାତ୍ର, ଶବରୀ ସାଂସ୍କୃତିକ ସଂସଦର ଉପ ସଭାପତି ଇଂ ଗୋଦାବରୀଶ ମହାପାତ୍ର, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ବୈଷୟିକ ଶ୍ରୀ ସୁରେନ୍ଦ୍ର ନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ଉପନିର୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଜୟଦେବ ଭବନର ଉପନିର୍ଦେଶକ ଦୀପ୍ତିମୟୀ ମହାପାତ୍ର, ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଗଣ ଉପସ୍ଥିତ ଥିଲେ ।