ଭୁବନେଶ୍ବର: ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବାଉଁଶରୁ ପ୍ରସ୍ତୁତ ସାମଗ୍ରୀର ଚାହିଦାକୁ ଦୃଷ୍ଟିରେ ରଖି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ କିପରି ବାଉଁଶରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିପାରିବେ ଏବଂ ଏହାର ବିକ୍ରୟ କରି ସ୍ୱାବଲମ୍ବୀ ହେବା ସହ ଲକ୍ଷପତି ଦିଦି ହୋଇପାରିବେ ସେଥି ନିମନ୍ତେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ଆଜି ମିଶନ ଶକ୍ତି ଭବନଠାରେ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
କେବଳ କୃଷି ଅର୍ଥନୀତି ନୁହେଁ ବରଂ ଜଳବାୟୁ ନିୟନ୍ତ୍ରଣ ସହ ଗ୍ରାମୀଣ ମହିଳାର ଅର୍ଥନୈତିକ ସଶକ୍ତିକରଣ କରିବା ଏହି କର୍ମଶାଳାର ମୂଳ ଉଦ୍ଦେଶ୍ୟ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ନେତୃତ୍ୱରେ ୨୦୧୮ ମସିହାରେ କେନ୍ଦ୍ର ସରକାର #NationalBambooMission ଆରମ୍ଭ କରିଥିଲେ ଯାହା ଦେଶରେ ବାଉଁଶ ଉତ୍ପାଦନ, ପ୍ରକ୍ରିୟାକରଣ ଓ ବଜାର ବିନିଯୋଗକୁ ପ୍ରୋତ୍ସାହନ ଦେଉଛି ।