ଇସ୍‌, ମନ୍ଦିର ବେଢ଼ାରେ ଏତେ ଅଳିଆ: ମୋଦିଜୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆରମ୍ଭ କରି ଦେଇଛନ୍ତି ଭୋଟ ଯାତରା । ଗରିବଙ୍କ ଭୋଟ ହାସଲ ପାଇଁ ରାସ୍ତାଘାଟ, ମଠ ମନ୍ଦିର, ରେଳଷ୍ଟେସନ, ବସଷ୍ଟାଣ୍ଡ ଓଳାଇବା ଆରମ୍ଭ କରିଛନ୍ତି । ଏହି କ୍ରମରେ ମୋଦିଜୀଙ୍କୁ ଆଜି ମହାରାଷ୍ଟ୍ରର ନାସିକସ୍ଥିତ କଳାରାମ ମନ୍ଦିର ଭିତରେ ଦେଖିବାକୁ ମିଳିଥିଲା ।

ମୋଦିଜୀ ହାତରେ ଝାଡୁଟିଏ ଧରି ମନ୍ଦିର ବେଢ଼ା ସଫା କରୁଥିଲେ । ଅଯୋଧ୍ୟାର ନବନିର୍ମିତ ରାମ ମନ୍ଦିର ଉଦଘାଟନ ପୂର୍ବରୁ ସାରାଦେଶରେ ପ୍ରତିଷ୍ଠିତ ସବୁ ମନ୍ଦିର ବେଢ଼ାକୁ ଭଲଭାବେ ସଫା କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

ନାସିକରେ ପହଂଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଏକ ରୋଡ୍‌ ଶୋ’ କରିଥିଲେ । ରାସ୍ତାର ଉଭୟ କଡ଼ରେ ଶତାଧିକ ଲୋକମାନେ ମୋଦିଜୀଙ୍କୁ ସ୍ୱାଗତ କଲାବେଳେ ସାଙ୍ଗରେ ଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଓ ଅଜିତ ପାୱାର । କଲାରାମ ମନ୍ଦିରରେ ବସି ପ୍ରଧାନମନ୍ତ୍ରୀ ମୋଦି ରାମଙ୍କ ଭଜନ ଗାଇଥିଲେ ।