ଏଲପିଜି ସିଲିଣ୍ଡର ପିଛା ୩୦୦ ଟଙ୍କା ସବ୍‌ସିଡି

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶର ୯୭ କୋଟି ଜନତାଙ୍କ ଉପରେ କୃପାଦୃଷ୍ଟି ପକାଇଛନ୍ତି । ବିଗତ ୧୦ ବର୍ଷ ଭିତରେ ଲୋକଙ୍କୁ ନାନା ବାଟରେ ଯେତିକି ଲୁଟିଛନ୍ତି; ସେଗୁଡ଼ିକୁ ନାନା ଉପାୟରେ ଲୋକଙ୍କୁ ଫେରାଇ ଭୋଟ ନେବା ଯୋଜନାରେ ଅଛନ୍ତି ।

ଏହି କ୍ରମରେ ସିଲିଣ୍ଡର ପିଛା ୩୦୦ ଟଙ୍କା ସବ୍‌ସିଡି ଦେବାକୁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତି ନିଆଯାଇଛି । ଅନ୍ୟ ସମୟରେ ତୈଳ କମ୍ପାନୀ ହାତରେ ଦର ନିର୍ଦ୍ଧାରଣ ନିଷ୍ପତି ଛାଡ଼ି ଦିଆଯାଇଥିବା କହି କେନ୍ଦ୍ର ସରକାର ଅସହାୟ ପ୍ରକାଶ କରୁଥିଲା ବେଳେ ନିର୍ବାଚନ ସମୟରେ କେନ୍ଦ୍ର ସରକାର ସିଲିଣ୍ଡର ଦର ଧାର୍ଯ୍ୟ କରୁଛନ୍ତି ।

ସିଲିଣ୍ଡର ପିଛା ୩୦୦ ଟଙ୍କା ରିହାତି ଲୋକଙ୍କୁ ଫାଇଦା ପାଇଁ ଅବା ତୈଳ କମ୍ପାନୀକୁ ମାଲାମାଲ କରିବା ପାଇଁ; ସେ ବିଷୟରେ ସ୍ପଷ୍ଟୀକରଣ ଦିଆଯାଇନି ।