ଆଜି ପୁଣି ବଢିଲା ସୁନା ଓ ରୂପା ଦର: ୧୦ ଗ୍ରାମ ସୁନା ମୂଲ୍ୟ ବର୍ତ୍ତମାନ ୬୧୪୬୧ ଟଙ୍କା

ନୂଆଦିଲ୍ଲୀ : ଇତିହାସ ରଚିଛି ସୁନା ଦର । ସବୁ ରେକର୍ଡ ପଛରେ ପକାଇ ଆଜି ଗୋଟିଏ ଦିନରେ ସୁନା ଦର ୧୪୫୧ ଟଙ୍କା ବୃଦ୍ଧି ପାଇଥିବାବେଳେ ରୂପା ଆଜି ୧୪୭୭ ଟଙ୍କା ବ୍ୟୟବହୁଳ ହୋଇଛି। ସୁନା ଇତିହାସରେ ଏହା ପ୍ରଥମ ଥର ବୋଲି ଅର୍ଥନୈତିକ ବିଶେଷଜ୍ଞ କହିଛନ୍ତି ।

ଆଜି ଗୋଟିଏ ଦିନରେ ସୁନା ମୂଲ୍ୟରେ ୧୪୫୧ ଟଙ୍କା ବୃଦ୍ଧି ପାଇଥିବାବେଳେ ରୂପା ଆଜି ୧୪୭୭ ଟଙ୍କା ବ୍ୟୟବହୁଳ ହୋଇଛି। ସୁନା ଆଜି ବୁଲିଅନ୍ ବଜାରରେ ୫୯୬୭୧ ର ଏକ ନୂତନ ରେକର୍ଡ ସହିତ ଖୋଲିଛି ଯାହା ଫେବୃଆରୀ ୨ ରେ ୧୦ ଗ୍ରାମ ପିଛା ୫୮୮୮୨ ଟଙ୍କା ରହିଥିଲା। ଅନ୍ୟପକ୍ଷରେ ରୂପା ୧୪୭୭ ଟଙ୍କା ହୋଇ ୬୮୨୫୦ ଟଙ୍କାରେ ପହଞ୍ଚିଛି। ଏହି ହାରଗୁଡିକ ଆଇବିଜେଏ ଦ୍ୱାରା ଜାରି କରାଯାଇଛି । ଏହା ଉପରେ ଜିଏସଟି ଲାଗି ନାହିଁ । ଜିଏସ୍ଟି ପରେ ୨୪ କ୍ୟାରେଟ ସୁନା ମୂଲ୍ୟ ୬୧୪୬୧ ଟଙ୍କାରେ ପହଞ୍ଚିଛି।