ପର୍ଯ୍ୟଟକଙ୍କ ମନୋରଞ୍ଜନ ପୀଠ ହେବ ମୟୂରଭଞ୍ଜ ଟାଇଗର ସଫାରୀ

ବାରିପଦା: ମୟୁରଭଞ୍ଜର ଶିମିଳିପାଳ ସନ୍ନିକଟରେ ଟାଇଗର ସଫାରୀ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ୧୮ ନମ୍ବର ଜାତୀୟ ରାଜପଥ କଡ଼ରେ ପ୍ରାୟ ୨୦୦ ହେକ୍ଟର ଜମିକୁ ଟାଇଗର ସଫାରୀ ପାଇଁ ଚିହ୍ନଟ ସରିଛି । ସଫାରୀଟି ଶିମିଳିପାଳ ଜାତୀୟ ଉଦ୍ୟାନ ନିକଟରୁ ପ୍ରାୟ ୧୫ କିମି ଦୂରରେ । ନନ୍ଦନକାନନ ଚିଡିଆଖାନାରେ ଚାହିଦା ତୁଳନାରେ ଅଧିକ ସଂଖ୍ୟକ ବାଘ ରହୁଛନ୍ତି । ଅନାଥ ବାଘ ଶାବକ ଓ ବୟସ୍କ ବାଘଗୁଡ଼ିକୁ ଉକ୍ତ ସଫାରୀରେ ଥଇଥାନ କରାଯିବ ।

ଓଡ଼ିଶାର ମାଟି ପାଣି ପବନ ବାଘବଂଶକୁ ସୁହାଇଛି । କଳା ବାଘ ଓ ଧଳାବାଘର ଏନ୍ତୁଡ଼ିଶାଳ ଭାବେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ରହିଛି । ରାଜ୍ୟକୁ ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକଙ୍କୁ ଭରପୁର ମନୋରଂଜନ ଯୋଗାଇ ଦେବା ପାଇଁ ସଫାରୀ ଭିତରେ ନାନା ବ୍ୟବସ୍ଥା କରାଯିବ ।